ଆରପାରିରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ

By Papu Mohanty

ଭୁବନେଶ୍ୱର :May 14: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ଘଟିଛି । ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲରେ ୯୮ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ୧୯୪୨ରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀଭାବେ ଜଣାଶୁଣା ଶ୍ରୀ ପଟ୍ଟନାୟକ ୧୯୬୧, ୧୯୬୬ ଓ ୧୯୭୮ ମସିହାରେ ତିନି ଥର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଛନ୍ତି । ତାଙ୍କର ସରଳତା, ନିଷ୍କପଟତା ଓ ଦେଶପ୍ରେମ ପାଇଁ ସେ ସବୁ ମହଲରେ ଆଦୃତ ଥିଲେ । ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା । ଉଲ୍ଲେଖ ଯୋଗ୍ୟ ଯେ, ଚଳିତମାସ ୧୧ତାରିଖ ଦିନ ନ୍ମଦିନ ଅବସରରେ ଭବାନୀ ବାବୁ ମୃତୁ୍ୟ ପରେ ତାଙ୍କ ଶରୀରକୁ ଏସ୍‌ସିବି ମେଡିକାଲ କଲେଜକୁ ଦାନ କରିବେ ବୋଲି ଘୋଷଣା କରିଥିଲେ । ଆଜି ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମନ୍ତ୍ରୀ ସମୀର ଦାସ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ ।

Comments are closed.