ଆମେରିକା ରେ ପଢ଼ୁଥିବା ଛାତ୍ରୀ ସୁଦିକ୍ଷା ଭାଟି ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ

ବୁଲନ୍ଦଶହର (ଉତ୍ତରପ୍ରଦେଶ): ଅଗଷ୍ଟ ୧୧: ଆମେରିକାର Massachusetts ର Babson College ରେ ପଢ଼ୁଥିବା ଜଣେ ଛାତ୍ରୀ ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ମୃତ୍ୟୁବରଣ କରିଥିବା ଛାତ୍ରୀ ସୁଦିକ୍ଷା ଭାଟି ଛୁଟିରେ ଭାରତ ଆସିଥିଲେ ଏବଂ ଅଗଷ୍ଟ 20 ରେ ଆମେରିକା ଫେରିଯିବାର ଥିଲା।
୧୯ ବର୍ଷ ବୟସ୍କା ଏହି ଛାତ୍ରୀ ଜଣକ ଦୁଇ ଚକିଆ ଯାନରେ ବୁଲନ୍ଦଶହରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା I
ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ସେ ସୋମବାର ସନ୍ଧ୍ୟାରେ ସ୍କୁଟିରେ ତାଙ୍କ ମାମୁଁଙ୍କ ସହ ଦାଦ୍ରି ରୁ ଯାଉଥିଲେ ଏବଂ ସେତେବେଳେ ମୋଟରସାଇକେଲରେ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲେ।
ତାଙ୍କ ମାମୁଁ ସତ୍ୟେନ୍ଦ୍ର ଭାଟି କହିଛନ୍ତି, ‘”ଏହି ବ୍ୟକ୍ତିମାନେ ସୁଦିକ୍ଷା ଙ୍କୁ comment କରିଥିଲେ ଏବଂ ତାଙ୍କୁ ପ୍ରଭାବିତ କରିବା ପାଇଁ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ସହ ତାଙ୍କ ଗାଡିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ହଠାତ୍ ସେମାନଙ୍କ ବୁଲେଟ୍ ସୁଦିକ୍ଷା ଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଏବଂ ସେ ଭାରସାମ୍ୟ ହରାଇଥିଲେ। ସୁଦିକ୍ଷା ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।”

ରାଜ୍ୟ ସରକାରଙ୍କ ମୁଖପାତ୍ର ଏହାକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି କୋୖଣସି ପ୍ରକାର ର Eve Teasing ଘଟଣା ଘଟି ନାହିଁ I ତାଙ୍କ ପରିବାର ମଧ୍ୟ ଏକଥା କହିନାହାନ୍ତି I
ପୋଲିସ ଅଧୀକ୍ଷକ ଅତୁଲ ଶ୍ରୀବାସ୍ତବ କହିଛନ୍ତି ଯେ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି ଏବଂ ତଦନ୍ତ ଚାଲିଛି।

ବାହୁଜନ ସମାଜ ପାର୍ଟି ସଭାପତି ମାୟାବତୀ ଏହି ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି ଯେ ବୁଲନ୍ଦଶାହରରେ ମାମୁଁଙ୍କ ସହ ଦୁଇ ଚକିଆ ଯାନ ରେ ଯାଉଥିବା ପ୍ରତିଭାବାନ ଛାତ୍ରୀ ସୁଦିକ୍ଷା ଙ୍କର Eve Teasing ଯୋଗୁଁ ଜୀବନ ଗଲା, ଯାହା ଅତ୍ୟନ୍ତ ଦୁଃଖଦାୟକ, ଲଜ୍ଜାଜନକ ଏବଂ ଅତ୍ୟନ୍ତ ନିନ୍ଦନୀୟ।’
ସୁଦିକ୍ଷା ଙ୍କ ପିତା ଏକ ଛୋଟ ଢ଼ାବା ଚଳାନ୍ତି ଏବଂ ମା ଜଣେ ଗୃହିଣୀ I
2009 ମସିହାରେ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ତାଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା I କିନ୍ତୁ ଅଧ୍ୟୟନର ଉତ୍ସାହ ତାଙ୍କ ଭିତରେ ଥିଲା I
ପରେ ସେ ତାଙ୍କ ଗାଁ ଧୁମ ମାଣିକପୁରର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢି ଥିଲେ I ତାଙ୍କର ଖୁବ ଭଲ ରେଜଲ୍ଟ ଏବଂ ପାଠ ପଢ଼ିବାର ଇଛା ଯୋଗୁଁ ତାଙ୍କୁ ଏକ ଭଲ ବିଦ୍ୟାଳୟ ରେ ପଢ଼ାଇବା ବିଷୟରେ ଚିନ୍ତା କରିବାକୁ ବାଧ୍ୟ ହେଇଥିଲେ ତାଙ୍କ ବାପା । ସେ ବିଦ୍ୟାଗାନ ଲିଡରସିପ ଏକାଡେମୀ ରେ ଅଧ୍ୟୟନ କଲେ I
ଏପ୍ରିଲ୍ ୨୦୧୭ ରେ, ସୁଦିକ୍ଷା SAT ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ସେଥିରେ ସେ ସଫଳ ହେଇ scholarship ପାଇ ପାଠ ପଢୁଥିଲେ I (IANS)

Comments are closed.