ଆଦିବାସୀଙ୍କ ଭଗବାନ ଇନ୍ଦିରା ଗାନ୍ଧୀ

0

ଦିଲ୍ଲୀ: ସେପ୍‌ଟେମ୍ବର୧: ଭାରତୀୟ କଂଗ୍ରେସ ଦଳର ମହାନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମାଜସେବା ଓ ଲୋକଙ୍କ ପ୍ରତି ଥିବା ଅନାବିଳ ପ୍ରେମ ପାଇଁ ସେ ଆଜି ବହୁ ଲୋକଙ୍କ ହୃଦୟରେ ପୂଜିତ ହୋଉଛନ୍ତି । ମଧ୍ୟପ୍ରଦେଶ ସ୍ଥିତ ଖରଗୋନ ଜିଲ୍ଲାରେ ଥିବା ଝିରନୀଆ ପଡ଼ଲିଆ ଗ୍ରାମର ଆଦିବାସୀମାନେ ଇନ୍ଦିରାଙ୍କୁ ଭଗବାନ ରୂପେ ପ୍ରତ୍ୟେକ ଦିନ ପୂଜା କରିଥାନ୍ତି । ସେହି ଗ୍ରାମରେ ତାଙ୍କର ଏକ ଭବ୍ୟ ମନ୍ଦିର ମଧ୍ୟ ଶୋଭା ପାଉଛି । ସକାଳ, ଦ୍ୱିପ୍ରହର ଓ ରାତି୍ର ସମୟରେ ଭୋଗ ଆଳତୀ ହୋଇଥାଏ । ମନ୍ଦିର କାନ୍ଥକୁ ତ୍ରିରଙ୍ଗାର ତିନ ରଙ୍ଗରେ ରଙ୍ଗାଯାଇଛି । ୧୯୮୭ ମସିହା ଅପ୍ରିଲ ୧୪ରେ ସ୍ଥାନୀୟ କଂଗ୍ରେସ ବିଧାୟକ ଚିଦା ଭାଇ ଡାଭାର ଆଦିବାସୀ ଲୋକଙ୍କ ଇଚ୍ଛା ଅନୁସାରେ ଏକ ମନ୍ଦିର ତୋଳି ଇନ୍ଦିରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ସେହି ପ୍ରତିମୂର୍ତ୍ତିଟିକୁ ସେ ଜୟପୁରରୁ ମଗାଇଥିଲେ । ଏବେ ଚିଦା ଭାଇଙ୍କ ପୁଅ ସେଠାରେ ର୍ନିଦଳୀୟ ବିଧାୟକ ଅଛନ୍ତି । ସେ କହିଛନ୍ତି, ଇନ୍ଦିରାଜୀ ଆଦିବାସୀଙ୍କୁ ବହୁତ ଭରସା କରୁଥିଲେ । ତାଙ୍କ ଶାସନ ସମୟରେ ସେ ଆଦିବାସୀଙ୍କ ଉନ୍ନତି ପାଇଁ ବହୁ ଯୋଜନାମାନ ପ୍ରଣୟନ କରି ସେମାନଙ୍କ ଜୀବନକୁ ବଦଳାଇ ଦେଇଥିଲେ । ଏଣୁ ଏବେ ମଧ୍ୟ ସେମାନଙ୍କ ହୃଦୟରେ ଇନ୍ଦିରାଜୀ ଭଗବନାଙ୍କ ଭଳି ପୂଜା ପାଉଛିନ୍ତି । ତେବେ ସ୍ଥାନୀୟ ମହିଳା ତାଙ୍କୁ ସତୀନାରୀ ରୂପେ ପୂଜା କରିଥାନ୍ତି । ସେମାନେ ନିୟମିତ ମନ୍ଦିରକୁ ଯାଇ ଧୂପ ଓ ଦୀପ ଦେଇଥାନ୍ତି । ଏହାଛଡ଼ା ସେଠାରେ ଯେକୌଣସି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ହେବା ପୂର୍ବରୁ ପ୍ରଥମେ ଇନ୍ଦିରାଙ୍କ ମନ୍ଦିରରେ ପୂଜା କରାଯାଇ ଶୁଭ କର୍ଯ୍ୟ ଆରମ୍ଭ ହୁଏ । ନୂତନ ଦମ୍ପତି ବିବାହ ପରେ ଗ୍ରାମକୁ ଆସିବା ସମୟରେ ଅନ୍ୟ ଦେବାଦେବୀଙ୍କ ସହିତ ତାଙ୍କ ମନ୍ଦିରକୁ ଦର୍ଶନ ଗ୍ରାମକୁ ପ୍ରବେଶ କରିଥା;

Leave A Reply

Your email address will not be published.