ଆତ୍ମନିର୍ଭର ଭାରତ ଅଭିଯାନ; ତଥ୍ୟ ଦେଲେ ଶୀତାରମଣ : ଏମ୍‌ଏସ୍‌ଏମ୍‌ଇକୁ ୩ ଲକ୍ଷ କୋଟିର ଋଣ

By Papu Mohanty

ଭୁବନେଶ୍ୱର, (ସବୁ୍ୟ): May 13:କରୋନା ପାଇଁ ବିପର୍ଯ୍ୟସ୍ତ ହୋଇଥିବା ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୦ଲକ୍ଷ କୋଟିର ପ୍ୟାକେଜ୍‌ ସଂପର୍କରେ ଆଜି ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ । ଶ୍ରୀମତୀ ଶୀତାରମଣ କହିଛନ୍ତି ପ୍ରଥମ ଦିନରେ କ୍ଷୁଦ୍ର, ମଧ୍ୟମ ଓ କୂଟୀର ଶିଳ୍ପ ସଂସ୍ଥା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଏହି ଉଦ୍ୟୋଗୀଙ୍କ ପାଇଁ ଆଜି ୩ଲକ୍ଷ କୋଟି ଟଙ୍କାର ଋଣ ନେବାର ବ୍ୟବସ୍ଥା କରାଯାଇଛି । ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି । ସ୍ଥାନୀୟ ଉପିାଦନକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏହି ଯୋଜାନର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ପ୍ୟାକେଜ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ୟାକେଜ୍‌ରେ ଏମଏସ୍‌ଏମ୍‌ଇ ସହ ଜଡିତ ବ୍ୟବସାୟୀମାନଙ୍କୁ ୩ଲକ୍ଷ କୋଟି ଟଙ୍କାର ଋଣ ଦେବାର ବ୍ୟବସ୍ଥା କରାଯାଇଛି । ଏହି କ୍ଷେତ୍ର ସହ ୧୨କୋଟି ଲୋକ ଜଡିତ ରହିଛନ୍ତି । ଏହି ଋଣ ବ୍ୟବସ୍ଥା ଅଟୋମେଟିକ ସିଷ୍ଟମରେ ହେବ । ଏହି ଋଣ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡିବ ନାହିଁ । ଯେଉଁ ଉଦ୍ୟୋଗ ଗୁଡିକ ବାର୍ଷିକ ଶହେ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବେ, ସେମାନେ ଏହାଦ୍ୱାରା ଲାଭବାନ ହେବେ । ଉକ୍ତ ଋଣ ୪ବର୍ଷ ପାଇଁ ଦିଆଯିବ । ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କୁ ବର୍ଷେ ଯାଏ ଇଏମ୍‌ଆଇ ଦେବାକୁ ପଡିବ ନାହିଁ ।
ଯେଉଁ ଉଦ୍ୟୋଗୀମାନେ ଅଧିକ ପ୍ରଗତୀ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଫଣ୍ଡ ଅଫ ଫଣ୍ଡ୍ସ ବ୍ୟବସ୍ଥା ହେବ । ଏହା ଅଧିନରେ ୫୦ହଜାର କୋଟି ଟଙ୍କାର ଇକୁ୍ୟଇଟି ଇନଫୁ୍ୟଜନର ବ୍ୟବସ୍ଥା ହେବ । ଏହାଦ୍ୱାରା ଏମ୍‌ଏସ୍‌ଏମ୍‌ ଉଦ୍ୟୋଗକୁ ସଂପ୍ରସାରଣ କରିବାକୁ ଚାହୁଁଥିବା ଲୋକମାନେ ଲାଭ ଉଠାଇ ପାରିବେ । ୩ ମାସ ଯାଏ ବ୍ୟବସାୟ ଓ କର୍ମଚାରୀଙ୍କ ଇପିଏଫ ପଇଁ ୨୫ହଜାର କୋଟିର ସହାୟତା ଯୋଗାଇ ଦିଆଯିବ । ଚାପରେ ଥିବା ଏମ୍‌ଏସ୍‌ଏମ୍‌ଇ ପାଇଁ ୨୦ଜହାର କୋଟିର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ୨ଲକ୍ଷରୁ ଅଧିକ ଏମ୍‌ଏସ୍‌ଏମ୍‌ ଉଦ୍ୟୋଗୀ ଫାଇଦା ପାଇବେ । ମୋଇକ୍ରୋ ଫାଇନ୍ସ ସେକଫରକୁ ୩୦ହଜାର କୋଟି ଟଙ୍କା ଦିଆଯିବ । ବହୁ ବିଚାର ବିମର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଲକଡାଉନ୍‌ ଯୋଗୁ ପ୍ରଭାବିିତ ହୋଇଥିବା ଲୋକଙ୍କୁ ସିଧାସଳଖ ଫାଇଦା ଦେବା ପାଇଁ ଉକ୍ତ ପ୍ୟାକେଜ୍‌ ଘୋଷଣା କରାଯାଇଛି ବୋଲି ଶ୍ରୀମତୀ ଶୀତାରମଣ କହିଛନ୍ତି ।

Comments are closed.