ଆଜି ୧୪୬ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୨୮୫୪ ଜଣ

0

ଭୁବନେଶ୍ୱର: ଜୁନ ୧୫: ଆଜି ଓଡ଼ିଶାରେ ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
କଟକ ରୁ ୨୬ ଜଣ, ଖୋର୍ଦ୍ଧା ରୁ ୨୩ ଜଣ, ଗଂଜାମ ରୁ ୧୮ ଜଣ, ମୟୁରଭଞ୍ଜ ରୁ ୧୩ ଜଣ, ଗଜପତି ରୁ ୧୨ ଜଣ, ଭଦ୍ରକ ରୁ ୧୧ ଜଣ, ବଲାଙ୍ଗୀର ରୁ ୧୧ ଜଣ, କନ୍ଧମାଳ, କୋରାପୁଟ ଓ ରାୟଗଡା ରୁ ୫ ଜଣ ଲେଖାଏଁ, କଳାହାଣ୍ଡି ରୁ ୪ ଜଣ, ଯାଜପୁର ଓ ନୟାଗଡ ରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ପୁରୀ ରୁ ୨ ଜଣ ଲେଖାଏଁ ଏବଂ ଜଗତସିଂହପୁର ରୁ ଜଣେ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୮୫୪ ଜଣ ସୁସ୍ଥ ହେଇସାରିଲେଣି I
ଅନ୍ୟପକ୍ଷରେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୦୫୫ ରେ ପହଂଚିଛି I ଏବେ ୧୧୮୭ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି I

Leave A Reply

Your email address will not be published.