ଆଜି ସୁସ୍ଥ ହେଲେ ୧୮୪ କରୋନା ସଂକ୍ରମିତ; ଏ ପର୍ଯ୍ୟନ୍ତ ସୁସ୍ଥ ହେଇସାରିଲେଣି ୪୬୦୬ ଜଣ

0

ଭୁବନେଶ୍ୱର: ଜୁନ ୨୭: ଓଡ଼ିଶାରେ ଆଜି ସୁସ୍ଥ ହେଲେ ୧୮୪ ଜଣ I ଏହାକୁ ମିଶାଇ, ରାଜ୍ୟରେ ମୋଟ ୪୬୦୬ ଜଣ ଆରୋଗ୍ୟ ଲାଭ କରିସାରିଲେଣି I ସର୍ବାଧିକ ୪୮ ଜଣ ଗଂଜାମ ରୁ ସୁସ୍ଥ ହେଇଥିବାବେଳେ , ୪୫ ଜଣ ଖୋର୍ଦ୍ଧା ରୁ, ୩୧ ଜଣ ବାଲେଶ୍ୱର ରୁ, ୧୨ ଜଣ ଗଜପତି ରୁ, ୧୦ ଜଣ ଭଦ୍ରକ ରୁ, ୬ ଜଣ ଜଗତସିଂହପୁର ରୁ, ୬ ଜଣ ଝାରସୁଗୁଡ଼ାରୁ, ୫ ଜଣ କେନ୍ଦ୍ରାପଡ଼ା ରୁ, ୫ ଜଣ ପୁରୀ ରୁ, ୪ ଜଣ ସୁନ୍ଦରଗଡ ରୁ, ବଲାଙ୍ଗୀର ଓ କେନ୍ଦୁଝର ରୁ ୩ ଜଣ ଲେଖାଏଁ, କଟକ ରୁ ୨ ଜଣ ଏବଂ ଅନୁଗୁଳ, ଯାଜପୁର, କନ୍ଧମାଳ ଓ ମୟୁରଭଞ୍ଜ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଓଡିଶାରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇ ୬୩୫୦ ରେ ପହଂଚିଛି I
୪୬୦୬ ଜଣ ସୁସ୍ଥ ହେବ ପରେ, ଏବେ ଚିକିତ୍ସାଧୀନ ଅଛନ୍ତି ୧୭୧୯ ଜଣ I
କରୋନା ରେ ଏ ପର୍ଯ୍ୟନ୍ତ ମୋଟ ୧୮ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.