ଆଜି ରାଜ୍ୟରେ ୯୮୬ ନୂଆ ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରୁ ୧୨୮ ଜଣ ୧୮ ବର୍ଷରୁ କମ୍‌ ବର୍ଗର୍ର

ଭୁବନେଶ୍ୱର: ଅଗଷ୍ଟ ୨୦ : ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରକୁ ଥିଲା ବେଳେ ଆଜି ସେଥିରେ ସାମାନ୍ୟ ହ୍ରାସ ଘଟିଛିି । ଆଜି ରାଜ୍ୟରେ ୭୦,୦୭୯ ସ୍ୱାବ ଟେଷ୍ଟ ମଧ୍ୟରୁ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୧୨ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୯୯ ହଜାର ୧୭୩ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧,୦୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୩୧୯ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୫୭୮ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୨୨୩ ଜଣଙ୍କ ମୃତୁ୍ୟ ହେଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୩୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ବୌଦ୍ଧ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୨୫, ବରଗଡ଼ରୁ ୧, ଭଦ୍ରକରୁ ୧୪, ବଲାଙ୍ଗିରରୁ ୧୭, କଟକରୁ ୧୩୯, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୮, ଜଗତସିଂହପୁରରୁ ୪୫ , ଯାଜପୁରରୁ ୪୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୨ , କେନ୍ଦ୍ରାପଡ଼ାରୁ ୨୩, କେନ୍ଦୁଝରରୁ ୧୩,କୋରପୁଟରୁ ୩, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୩୨, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟେଟ ପୁଲରୁ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.