ଆଜି ରାଜ୍ୟରେ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ମୋଟ ସୁସ୍ଥ ହେଲେଣି ୨୨୮୨ ଜଣ

0

ଭୁବନେଶ୍ୱର: ଜୁନ ୧୦: ଆଜି ୧୪୯ ଜଣ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଏ ପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୨୨୮୨ ଜଣ ସୁସ୍ଥ ହେଇସାରିଲେଣି I
ଗଂଜାମ ରୁ ଆଜି ସର୍ବାଧିକ ୫୭ ଜଣ ସୁସ୍ଥ ହେଇଥିବାବେଳେ, ଖୋର୍ଦ୍ଧା ରୁ ୨୬, ବଲାଙ୍ଗୀର ରୁ ୧୧, ଜଗତସିଂହପୁର ରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ ରୁ ୭ ଜଣ ଲେଖାଏଁ, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ରୁ ୫ ଜଣ ଲେଖାଏଁ, ସୁନ୍ଦରଗଡ ରୁ ୪ ଜଣ, କେନ୍ଦୁଝର ରୁ ୩ ଜଣ, କଟକ ରୁ ୨ ଜଣ ଏବଂ ବୌଦ ଓ କୋରାପୁଟ ରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୨୫୦ ରେ ପହଁଚିଥିବାବେଳେ, ୨୨୮୨ ଜଣ ସୁସ୍ଥ ହେଇସାରିଲେଣି I

Leave A Reply

Your email address will not be published.