ଆଜି ରାଜ୍ୟରେ ୧,୦୪୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ୦-୧୮ ବର୍ଷ ବର୍ଗର ପିଲା ଅଛନ୍ତି

ଭୁବନେଶ୍ୱର: ଅଗଷ୍ଟ ୧୯: ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାର ତଳକୁ ରହୁଥିଲାବେଳେ ଗତ ୨୪ ଘଣ୍ଟାରେ ୧,୦୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୬୬,୨୮୧ ସ୍ୱାବ ଟେଷ୍ଟ ମଧ୍ୟରୁ ୧,୦୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୮ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୩୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୯୮ ହଜାର ୧୮୭ ଜଣ ଆକ୍ରାନ୍ତ ହେଲେଣି ।
ସେହିପରି ୨୪ ଘଣ୍ଟାରେ ୮୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୮୧ ହଜାର ୩୧୬ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୬୪ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୧୫୪ ଜଣଙ୍କ ମୃତୁ୍ୟ ହେଲାଣି ।
ଆଜି ଖୋର୍ଦ୍ଧାରେ ସର୍ବାଧିକ ୩୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।
ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୧୭୬, ଦେଓଗଡ଼ରୁ ୭, ଢ଼େଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪୩ , ଯାଜପୁରରୁ ୫୬, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୪, କନ୍ଧମାଳରୁ ୨ , କେନ୍ଦ୍ରାପଡ଼ାରୁ ୩୭, କେନ୍ଦୁଝରରୁ ୧୨,କୋରପୁଟରୁ ୨, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୩୬, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୧, ପୁରୀରୁ ୩୪, ରାୟଗଡ଼ାରୁ ୫, ସମ୍ବଲପୁରରୁ ୯, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟେଟ ପୁଲରୁ ୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତ ।

Comments are closed.