ଆଜି ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୨ ହଜାର ତଳକୁ

ଭୁବନେଶ୍ୱର:ଜୁଲାଇ ୨୪: ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୮୬୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ସଙ୍ଗରୋଧରୁ ୧ହଜାର ୮୨ ଜଣ ରହିଥିଲାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୮୨ ରହିଛି ।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୪ ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ୯ ଲକ୍ଷ ୪୧ ହଜାର ୨୦୪ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି ।
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୮ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏହା ସହ ରାଜ୍ୟରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୫ ହଜାର ୪୪୫କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦ ଜଣଙ୍କର ମୃତୁ୍ୟ ହୋଇଛି ।
ତେବେ ୨୪ ଘଣ୍ଟାରେ ଅନୁଗୁଳରୁ ୬୯, ବାଲେଶ୍ୱରରୁ ୧୧୪, ବରଗଡ଼ରୁ ୨୪, ଭଦ୍ରକରୁ ୬୫, ବଲାଙ୍ଗିରରୁ ୫, ବୌଦ୍ଧରେ ୩, କଟକରୁ ୨୨୧, ଦେଓଗଡ଼ରୁ ୬, ଢ଼େଙ୍କାନାଳରୁ ୮୪, ଗଜପତିରୁ ୩, ଗଞ୍ଜାମରୁ ୧୨, ଜଗତସିଂହପୁରୁ ୮୯, ଯାଜପୁରରୁ ୧୦୭, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୪୪,ଖୋର୍ଦ୍ଧାରୁ ୪୯୬, କୋରାପୁଟରୁ ୭, ମାଲକାନଗିରିରୁ ୧୨ , ମୟୁରଭଞ୍ଜରୁ ୫୭, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୯, ପୁରୀରୁ ୫୯, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୩୪, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୫୬ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୧୦୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.