ଆଜି ଦେଶରେ ୩୫,୧୭୮ କରୋନା ସଂକ୍ରମିତ ଓ ୩୭,୧୬୯ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୧୮ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୫,୧୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ୩୭, ୧୬୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୪୪୦ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି ।
ଆଜିର ସୁସ୍ଥଙ୍କ ସହ ଦେଶରେ ଏବେ ୩ କୋଟି ୧୪ ଲକ୍ଷ ୮୫ ହଜାର ୯୨୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଆଜର ସଂକ୍ରମିତଙ୍କ ସହ ଦେଶରେ ୩ ଲକ୍ଷ ୬୭ ହଜାର ୪୧୫ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି ।
ସେହିପରି ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୨ ହଜାର ୫୧୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ସାପ୍ତାହିକ ସଂକ୍ରମଣ ହାର ୧.୯୫ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୯୬ ପ୍ରତିଶତ ଦେଶରେ ରହିଛି । ଦେଶରେ ମୋଟ ୫୬ କୋଟି ୬ ଲକ୍ଷ ୫୨ ହଜାର ୩୦ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.