ଆଜି ଦେଶରେ ପୁଣି ବୃଦ୍ଧି ପାଇଛି କରୋନା ସଂକ୍ରମଣ : ଦିନକରେ ୩୭,୫୯୩ ସଂକ୍ରମିତ ଓ ୩୪,୧୬୯ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୨୫ : ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୬୭ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ୩୪,୧୬୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଦେଶରେ ମୋଟ ୩ କୋଟି ୧୭ ଲକ୍ଷ ୫୪ ହଜାର ୨୮୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୩୭, ୫୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୨୨ ହଜାର ୩୨୭ ରହିଛି । ଆଜି କରୋନାଜନିତ ମୃତୁ୍ୟ ୬୪୮ ରହିଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ଆକ୍ରାନ୍ତ ହୋଇ ୪ ଲକ୍ଷ ୩୫ ହଜାର ୭୫୮ ପ୍ରାଣ ହରାଇଲେଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୯୨ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୧୦ ପ୍ରତିଶତ ରହିଛି । ଦେଶରେ ମୋଟ ୫୯ କୋଟି ୫୫ ଲକ୍ଷ ୦୪ ହଜାର ୫୯୩ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.