ଆଜି ଆଇପିଏଲ୍‌ ପ୍ରାୟୋଜକ ନିଷ୍ପତ୍ତି !

ଦୌଡ଼ରୁ ହଟିଲା ପତଞ୍ଜଳି

ଭୁବନେଶ୍ୱର, ଅଗଷ୍ଟ ୧୮: ଚାଇନା କମ୍ପାନୀ ଭିଭୋ ବର୍ଷକ ପାଇଁ ଆଇପିଏଲ ସ୍ପନ୍‌ସରସିପ୍‌ରୁ ହଟିବା ପରେ କିଏ ଚଳିତ ସିଜନର ପ୍ରାୟୋଜକ ହେବ ତାହାକୁ ନେଇ କସରତ ଚାଲିଛି । ଗତବର୍ଷରୁ ଅର୍ଥାତ୍‌ ଡିସେମ୍ବର ୩୧ ପରେ ଭିଭୋ ଚୁକ୍ତି ଅନୁସାରେ ପ୍ରାୟୋଜକ ରହିବ । ତେବେ ୧୮ ଗଷ୍ଟରୁ ୩୧ ଡିସେମ୍ବର ମାତ୍ର ୪ ମାସ ପାଇଁ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି ବିସିସିଆଇ । ସେଥିପାଇଁ ଆଜି ବିସିସିଆଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ୧୯ ସେପେଫମ୍ବରରୁ ଦୁବାଇରେ ଆୟୋଜିତ ହେବାକୁ ଯାଉଥିବା ଏହି କ୍ରିକେଟ ଲିଗ୍‌ର ପ୍ରାୟୋଜକ ହେବାକୁ ଅନେକ କମ୍ପାନୀ ଆଗେଇ ଆସିଛନ୍ତି । ତେବେ ସବୁଠୁ ଦୃଢ଼ ଦାବିଦାର କୁହାଯାଉଥିବା ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଇତିମଧ୍ୟରେ ଏହି ଦୌଡ଼ରୁ ହଟିଯାଇଛି । ଏହି ପରିପ୍ରେକ୍ଷୀରେ ବାବା ନିଜେ ସ୍ପଷ୍ଟ କରିଛନ୍ତି, କୌଣସି ଭାରତୀୟ କମ୍ପାନୀ ଯଦି ପ୍ରାୟୋଜକ ହେବାକୁ ଅନିଚ୍ଛା ପ୍ରକାଶ କରିବେ ତା’ହେଲେ ଯାଇ ପତଞ୍ଜଳି ଏହି ଦାୟିତ୍ୱ ବହନ କରିବ । ପତଞ୍ଜଳି ପ୍ରାୟୋଜକ ଦୌଡ଼ରୁ ହଟିବା ପରେ ଏବେ ‘ଟାଟା’ ସବୁଠୁ ପ୍ରବଳ ଦାବିଦାର ବୋଲି କୁହାଯାଉଛି ।

Comments are closed.