ଆଜିଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ଖାତାଦେଖା; ଘରେ ରହି ମୂଲ୍ୟାୟନ କରିବେ ଶିକ୍ଷକ

Edited by Papu Mohanty

ଭୁବନେଶ୍ୱର : 09/05: ରବିବାରଠାରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖାତା ମୁଲ୍ୟାୟନ ଆରମ୍ଭ ହେବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମଗାଯାଇଥିବା ଅନୁମତିକୁ ଗୃହ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି ।
ମୋଟ ତିନି ହଜାର ସ୍କୁଲକୁ ଏହି ଅନୁମତି ପ୍ରଦାନ କରାଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରାୟ ଦେଢ଼ କୋଟି ଉତ୍ତରଖାତାର ମୂଲ୍ୟାଙ୍କନ କରାଯିବ । ସମ୍ପୃକ୍ତ ୩ ହଜାର ସ୍କୁଲରୁ ଖାତା ଶିକ୍ଷକଙ୍କ ନିକଟକୁ ପଠାଯିବ ସହ ସେମାନେ ଘରେ ରହି ଖାତା ମୂଲ୍ୟାୟନ କରିବେ । ଖାତା ଦେଖାର ୫୦ଦିନ ମଧ୍ୟରେ ଶେଷ କରିବାକୁ କୁହାଯାଇଛି । ଏହି ସମୟ ଭିତରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଠ ୨୯ଟି ବିଷୟର ପରୀକ୍ଷା କରାଯିବ । କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ବାଦ୍‌ଦେଲେ ଅନ୍ୟ ସବୁ ଅଞ୍ଚଳରେ ଖାତା ଦେଖିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଚଳିତବର୍ଷ ସିବିଏସ୍‌ଇର ଦଶମ ଶ୍ରେଣୀରେ ୧୮ଲକ୍ଷ ପରୀକ୍ଷାର୍ଥୀ ଏବଂ ଦ୍ୱାଦଶରେ ୧୨ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

Comments are closed.