ଆଜିଠୁ ତାମିଲନାଡୁରେ ଜାଲିକାଟୁ

ତାମିଲନାଡୁ: ୧୫ତାରିଖରୁ ତାମିଲନାଡୁର ମଦୁରାଇରେ ୧୬ଦିନ ଧରି ଚାଲିବ ଜାଲିକାଟୁ ପ୍ରତିଯୋଗିତା । ଚଳିତବର୍ଷ ପ୍ରତିଯୋଗିତା ପାଇଁ କିଛି ନୂଆ ନିୟମ କରାଯାଇଛି । ୨୧ବର୍ଷରୁ କମ୍ ବୟସ ପିଲାମାନେ ଏହି ଖେଳ ଖେଳିପାରିବେ ନାହିଁ । ମଦୁରାଇର ଆଲନଗନାଲୁ ଓ ପଲାମେଣ୍ଡରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏବର୍ଷ ପ୍ରତିଯୋଗିତାରେ ପ୍ରାୟ ୭୦୦ ଷଣ୍ଢ ସାମିଲ ହେବେ । ଏହି ପ୍ରତିଯୋଗିତାକୁ ଶୃଙ୍ଖଳିତ ଭାବେ କରାଇବାକୁ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିମାନଙ୍କ ନେଇ ଏକ କମିିଟି ଗଠନ କରାଯାଇଛି । ଏହାସହ ୭୦୦ ଷଣ୍ଢଙ୍କୁ କାବୁ କରିବା ପାଇଁ ୭୩୦ ଜଣ ଲୋକ ମଇଦାନକୁ ଓହ୍ଲାଇବାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୦୦୦ରୁ ଅଧିକ ପୋଲିସ ମୁତୟନ ହୋଇଥିବା ଜଣାଯାଇଛି । ଏକ ୩୦ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ।

Comments are closed.