ଆଜିଠୁ ଡିଏଲ୍‌ ଟେଷ୍ଟ ସ୍ଲଟ୍‌ ବୁକିଂ; ମାସ୍କ, ସାମାଜିକ ଦୂରତାକୁ ଗୁରୁତ୍ୱ

ଆଟିଓ ଅଫିସ ଆସିବାକୁ ମନା ସାରଥି ଆପ୍‌ରେ ସକାଳ ୭ରୁ ରାତି ୧୦ଟା ୧୮ରୁ ଡିଏଲ୍‌,୨୯ରୁ ଏଲ୍‌ଏଲ୍‌ ଟେଷ୍ଟ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଯୋଗୁ ବନ୍ଦ ହୋଇଥିଲା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ଆବେଦନ । ଗୁରୁବାରଠୁ ଏହି ଆବେଦନ ପ୍ରକି୍ରିୟା ଆରମ୍ଭ ହେଉଛି । କୋଭିଡ-୧୯ ଗାଇଡଲାଇନ ନିୟମକୁ ମାନି ଟେଷ୍ଟ କରାଯିବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।
ଆସନ୍ତାକାଲି(ଗୁରୁବାର)ଠାରୁ ଡିଏଲ୍‌ ଟେଷ୍ଟ ପାଇଁ ସାନି ସ୍ଲଟ ବୁକିଂ ହେବ । ଡିଏଲ୍‌ ଟେଷ୍ଟ ପାଇଁ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାରଥି ଆପ୍‌ରେ ସ୍ଲଟ ବୁକିଂ ହେବ । ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ୨୨ ତାରିଖରୁ ଆରମ୍ଭ ହେବ । ତେବେ ଆରଟିଓ କାର୍ଯ୍ୟାଳୟକୁ କେହି ଆସିବେନି । କେବଳ ଅନଲାଇନ ଜରିଆରେ ଏହି ସ୍ଲଟ ବୁକିଂ କରାଯାଇପାରିବ । ଡିଏଲ୍‌ ଟେଷ୍ଟ ୧୮ରୁ ଓ ଏଲ୍‌ଏଲ୍‌ ଟେଷ୍ଟ ୨୯ରୁ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଆବେଦନ ସମୟରେ ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟେଷ୍ଟିଂ ସମୟରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନକୁ ଗୁରୁତ୍ୱ ଦିଆଯିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.