ଆଜିଠାରୁ ପୁଣି ଆରମ୍ଭ ହେଲା କୃଷକ ଆନ୍ଦୋଳନ

ଦିଲ୍ଲୀ: ଜୁଲାଇ ୨୨: କରୋନା ସକାଶେ ବନ୍ଦ ଥିବା କୃଷକ ଆନ୍ଦୋଳନ ପୁଣି ଥରେ ଆରମ୍ଭ ହୋଇଛି । କୃଷି ଆଇନ୍‌କୁ ବିରୋଧ କରି ଆଜି ଦିଲ୍ଲୀ ସ୍ଥିତ ଯନ୍ତରମନ୍ତର ପଡ଼ିଆରେ କୃଷକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । କେବଳ ୨୦୦ ଜଣ କୃଷକଙ୍କୁ ଯନ୍ତରମନ୍ତରରେ ଆନ୍ଦୋଳନ ନିମନ୍ତେ ଅନୁମତି ମିଳିଛି, ଯାହାକି ସକାଳ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିପାରିବ ।
ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ସିନ୍ଧୁ, ଟିକରୀ ଏବଂ ଗାଜିପୁର ବର୍ଡର ପାଖରୁ କୃଷକମାନେ ବସ୍‌ ଯୋଗେ ଦିିଲ୍ଲୀକୁ ଆସିଥିଲେ ।
ଅନ୍ୟପକ୍ଷେ ଆନ୍ଦୋଳନ ହେବା ପୂର୍ବରୁ ଦିଲ୍ଲୀ ପୋଲିସ ଦ୍ୱାରା ଯନ୍ତର ମନ୍ତର ପଡ଼ିଆ ଓ ଏହାର ଆଖପାଖ ସ୍ଥାନମାନଙ୍କରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

Comments are closed.