ଆଉ ନାହାନ୍ତି ବିଶିଷ୍ଟ ସଂଳାପକାର ବିଜୟ ମିଶ୍ର!

 

ପିତା ହରିହର ମିଶ୍ର ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ଜନ୍ମିତ ବିଜୟ କୁମାରଙ୍କ ଗ୍ରାମ ସନ୍ତରା ଗାଡ଼ିଆଠାରେ ଏକ ନାଟ୍ୟ ଦଳ ରହିଥିଲା ଓ ସେମାନେ ତାଙ୍କରି ଘରେ ନାଟକ ଅଭ୍ୟାସ କରୁଥିଲେ । ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ବିଜୟ କୁମାର, ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢିଥିଲେ । ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ।

ହାଇସ୍କୁଲର ହାତଲେଖା ପତ୍ରିକା ତଥା ଇଞ୍ଜିନିୟରିଂ ସ୍କୁଲରୁ ପ୍ରକାଶ ପାଉଥିବା ‘ପଞ୍ଚଜନ୍ୟ’ ପତ୍ରିକାରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ ।

ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ,ସେ ନିଜର ପ୍ରଥମ ନାଟକ, ‘ଜନନୀ’ ରଚନା କରିଥିଲେ । କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରଥମେ ଏହି ବହିଟିକୁ ପସନ୍ଦ କରିନଥିଲେ ମଧ୍ୟ ପରେ ଏହି ନାଟକଟି ଅନ୍ନପୂର୍ଣ୍ଣା-ବି ଦଳଦ୍ୱାରା ସପ୍ତାହକୁ ୬ ଦିନ କରି, ଏକାଦିକ୍ରମେ ୪ ମାସ ଧରି ସଫଳତାର ସହ ମଞ୍ଚସ୍ଥ ହୋଇଥିଲା ।ପରବର୍ତ୍ତୀ ସମୟରେ ଏହା ଏକ ଚଳଚ୍ଚିତ୍ରର ରୂପ ନେଇଥିଲା । ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତି ଓ ହେମନ୍ତ ଦାସଙ୍କ ସହ ମିଶି, ତ୍ରିମୁର୍ତ୍ତୀ ନାମରେ ସେ, ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ମଧ୍ୟ କରିଥିଲେ ।

Comments are closed.