ଆଉ ଚଳିବନୀ ଘରୋଇ ହସ୍ପିଟାଲଙ୍କ ମନମାନୀ;କରୋନା ଆଳରେ ରୋଗୀଙ୍କୁ ଫେରାଇଲେ ପଞ୍ଜିକରଣ ରଦ୍ଧ

ଭୁବନେଶ୍ୱର : May 16: ଏଣିକି ଆଉ ଚଳିବନୀ ହସ୍ପିଟାଲ ଗୁଡ଼ିକର ମନମାନୀ । କରୋନା ସଂକ୍ରମଣ ଆଳରେ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନଙ୍କୁ ଚିକିତ୍ସା ନକରି ଫେରାଇ ଦେଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ଏହା କଲେ ସଂପୃକ୍ତ ହସ୍ପିଟାଲର ପଞ୍ଜିକରଣ ମଧ୍ୟ ବାତିଲ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଅନେକ ଘରୋଇ ହସ୍ପିଟାଲ ନର୍ହିଂହୋମ ଗୁଡ଼ିକ କରୋନା ସଂକ୍ରମଣ ଆଳରେ ଆସୁଥିବା ରୋଗୀମାନଙ୍କୁ ଚିକିତ୍ସା ନକରି ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି । ଏହାଦ୍ୱାରା ସେମାନେ ଓଡ଼ିଶା କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆକଫର ଉଲ୍ଲଘଂନ କରୁଛନ୍ତି । ଆକଫ ଅନୁସାରେ ଏମାନେ ରୋଗୀର ଅବସ୍ଥା ସ୍ଥିର ହେବା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦେବାକୁ ବାଧ୍ୟ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଏଥିରେ ଅବହେଳା କଲେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

Comments are closed.