ଆଇପିଏଲ୍‌ : ଭାରତୀୟଙ୍କ ପାର୍ଟନର୍ସିପ୍‌ ରେକର୍ଡ଼

Edited by Shakti Prakash Nanda

ନୂଆଦିଲ୍ଲୀ : May 19: ଇଣ୍ଡିଆନ୍‌ ପି୍ରମିୟର ଲିଗ୍‌ (ଆଇପିଏଲ୍‌)ରେ ଅନେକ ହଟଚମଟ ଘଟଣା ଭରି ରହିଛି । ଖେଳାଳିଙ୍କ ଭାଗିଦାରୀ ରେକର୍ଡ଼ ଦଳୀୟ ସ୍କୋର୍‌କୁ ପ୍ରଭାବିତ କରିଥାଏ । ୨୦୧୬ ସଂସ୍କରଣରେ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ମଧ୍ୟରେ ଆଇପିଏଲ୍‌ ଇତିହାସର ସର୍ବାଧିକ ପାର୍ଟନର୍ସିପ୍‌ ରେକର୍ଡ଼ ହୋଇଥିଲା । ଦୁହେଁ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚ୍‌ରେ ଦ୍ୱିତୀୟ ୱିକେଟ୍‌ ପାଇଁ ୨୨୯ ରନ୍‌ ସଂଗ୍ରହ କରିଥିଲେ । ଆଇପିଏଲ୍‌ରେ ୬ଟି ଭାରତୀୟ କ୍ରିକେଟର୍‌ଙ୍କ ପାର୍ଟନର୍ସିପ୍‌ ସମ୍ପର୍କରେ ଜାଣିବା । ଆଇପିଏଲ୍‌ : ଭାରତୀୟଙ୍କ ପାର୍ଟନର୍ସିପ୍‌ ରେକର୍ଡ଼
୧- ପାର୍ଥିବ ପଟେଲ୍‌-ଅମ୍ବାତି ରାଇଡୁ (୧୩୭ ରନ୍‌)
ପାର୍ଥିବ ପଟେଲ୍‌-ଅମ୍ବାତି ରାଇଡୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୧୬ ସଂସ୍କରଣରେ ୧୩୭ ରନ୍‌ ସଂଗ୍ରହ କରିଥିଲେ । ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ଏହା ସର୍ବାଧିକ ରନ୍‌ ଭାଗିଦାରୀ ଥିଲା । ମୁମ୍ବାଇର ଏହି ଦୁଇ ତାରକା କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଏହି କିର୍ତ୍ତୀମାନ ସ୍ଥାପନ କରିଥିଲେ । ରାଇଡୁ ୩୭ ବଲ୍‌ରୁ ୬୫ ରନ୍‌ ଓ ପାର୍ଥିବ ପଟେଲ୍‌ ୫୮ ବଲ୍‌ରୁ ୮୧ ରନ୍‌ କରିଥିଲେ ।
୨- ମୁରଲୀ ବିଜୟ-ସୁରେଶ ରାଇନା (୧୩୭ ରନ୍‌)
ଚେନ୍ନାଇ ସୁପର୍‌କିିଙ୍ଗ୍ସର ଦୁଇ ତାରକା ମୁରଲୀ ବିଜୟ ଓ ସୁରେଶ ରାଇନାଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍‌ ପାଇଁ ୧୩୭ ରନ୍‌ର ଭାଗିଦାରୀ ହୋଇଥିଲା । ୨୦୧୦ ଆଇପିଏଲ୍‌ ସଂସ୍କରଣରେ ଦୁହେଁ କୋଲକାତା ନାଇଟ୍ସ ରାଇଡର ବିପକ୍ଷରେ ଜମାଣିଆ ଇନିଂସ୍‌ ଖେଳିଥିଲେ । ରାଇନା ୩୯ ବଲ୍‌ରୁ ଅପରାଜିତ ୭୮ ଏବଂ ବିଜୟ ୪୦ ବଲ୍‌ରୁ ୫୦ ରନ୍‌ କରିଥିଲେ ।
୩- ସୁରେଶ ରାଇନା- ବଦ୍ରିନାଥ (୧୪୨ ରନ୍‌)
୨୦୧୦ ସଂସ୍କରଣରେ ସୁରେଶ ରାଇନାଙ୍କ ଆଉ ଏକ ଦମ୍‌ଦାର ପାର୍ଟନର୍ସିିପ ଦେଖିବାକୁ ମିଳିଥିଲା । ଏଥର ସେ ସୁବ୍ରମଣ୍ୟମ୍‌ ବଦି୍ରନାଥଙ୍କ ସହ ତୃତୀୟ ୱିକେଟ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୪୨ ରନ୍‌ ସଂଗ୍ରହ କରିଥିଲେ । ଏହି ମ୍ୟାଚ୍‌ରେ ରାଇନା ୫୨ ବଲ୍‌ରୁ ଅପରାଜିତ ୮୩ ରନ୍‌ ଏବଂ ବଦି୍ରନାଥ ୪୫ ବଲ୍‌ରୁ ୫୫ ରନ୍‌ କରିଥିଲେ ।
୪- ସଞ୍ଜୁ ସାମ୍‌ସନ୍‌ -ରିଷଭ ପନ୍ତ (୧୪୩ ରନ୍‌)
ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଯୋଦ୍ଧା ସଞ୍ଜୁ ସାମ୍‌ସନ୍‌ ଓ ରିଷଭ ପନ୍ତଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍‌ ପାଇଁ ୧୪୩ ରନ୍‌ର ପାର୍ଟନର୍ସିପ ହୋଇଥିଲା । ୨୦୧୭ ଆଇପିଏଲ୍‌ ସଂସ୍କରଣରେ ଗୁଜରାଟ ଲାୟନ୍ସ ବିପକ୍ଷରେ ଦୁହେଁ ଧମାକାଦାର ଇନିଂସ ଖେଳିଥିଲେ । ସାମ୍‌ସନ୍‌-ପନ୍ତ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟ ଯୋଡ଼ି ତାଲିକାର ତୃତୀୟ ସ୍ଥାନ ହାସଲ କରିଥିଲେ । ପନ୍ତ ୪୩ ବଲ୍‌ରୁ ୯୭ ରନ୍‌ ଓ ସାମ୍‌ସନ୍‌ ୩୧ ବଲ୍‌ରୁ ୬୧ ରନ୍‌ କରିଥିଲେ ।
୫- ରବୀନ୍‌ ଉଥªା- ମନିଶ ପାଣ୍ଡେ (୧୪୫ ରନ୍‌)
ପୁନେ ୱାରିୟର୍ସ ପାଇଁ ୨୦୧୨ ସଂସ୍କରଣରେ ମନିଶ ପାଣ୍ଡେ ଓ ରବୀନ ଉଥªା ତୃତୀୟ ୱିକେଟ୍‌ ପାଇଁ ୧୪୫ ରନ୍‌ର ଭାଗିଦାରୀ କରିଥିଲେ । ଦିଲ୍ଲୀ ଡେୟାର୍‌ ଡେଭିଲ୍ସ ବିପକ୍ଷରେ ଉଥªା – ମନିଶଙ୍କ ଏହା ଧମାକାଦାର ଇନିଂସ୍‌ ଥିଲା । ଉଥªା ୫୮ ବଲ୍‌ରୁ ୬୦ ଏବଂ ମନୀଶ ୫୬ ବଲ୍‌ରୁ ଅପରାଜିତ ୮୦ ରନ୍‌ କରିଥିଲେ । ଦୁହେଁ ଶେଷ ୯ ଓଭର୍‌ରେ ୯୩ ରନ୍‌ ଯୋଡ଼ିବାରୁ ପୁନେ ୱାରିୟର୍ସ ନିର୍ଦ୍ଧାରିତ ଓଭର୍‌ରେ ୧୪୬/୨ ରନ୍‌ରେ ପହଞ୍ଚି ପାରିଥିଲା । ସୌରଭ ଗାଙ୍ଗୁଲି ପୁନେ ୱାରିୟର୍ସ ଦଳର ଅଧିନାୟକ ଥିଲେ । ଏହି ମ୍ୟାଚ୍‌ରେ ଦିଲ୍ଲୀ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା ।
୬- ଗୌତମ ଗମ୍ଭୀର- ରବୀନ୍‌ ଉଥªା (୧୫୮ ରନ୍‌)
ଭାରତୀୟ ଯୋଡ଼ିଙ୍କ ମଧ୍ୟରେ ଗୌତମ ଗମ୍ଭୀର ଓ ରବୀନ ଉଥªା ପ୍ରଥମ ସ୍ଥାନରେ ରହିଛନ୍ତି । ୨୦୧୭ ଆଇପିଏଲ୍‌ ସଂସ୍କରଣରେ କୋଲ୍‌କାତା ନାଇଟ୍‌ ରାଇଡର୍ସର ଗମ୍ଭୀର-ଉଥªା ଦ୍ୱିତୀୟ ୱିକେଟ୍‌ ପାଇଁ ୧୫୮ ରନ୍‌ ସଂଗ୍ରହ କରିଥିଲେ । ରାଇଜିଂ ପୁନେ ସୁପରଜ୍ୟାଣ୍ଟସ୍‌ ବିପକ୍ଷରେ ଦମ୍‌ଦାର ଇନିଂସ ଖେଳିଥିଲେ । ଉଥªା ୪୭ ବଲ୍‌ରୁ ୮୭ ରନ୍‌ ଓ ଗମ୍ଭୀର ୪୬ ବଲ୍‌ରୁ ୬୨ ରନ୍‌ କରିଥିଲେ । ଫଳରେ କୋଲକାତା ୭ ୱିକେଟ୍‌ରେ ବିଜୟୀ ହୋଇଥିଲା ।

Comments are closed.