ଆଇଏଏସ୍‌ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା !

ଭୁବନେଶ୍ୱର : ଜୁନ ୯: କେନ୍ଦ୍ରୀୟ ଡେପୁଟେସନରେ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ବିଭାଗର ସଚିବ ଥିବା ଓଡ଼ିଶା କ୍ୟାଡରର ଆଇଏଏସ୍‌ ଅଧିକାରୀ ତୁହିନ୍‌ କାନ୍ତ ପାଣ୍ଡେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜ ଘରେ ସଙ୍ଗରୋଧରେ ରହିଥିବା କୁହାଯାଉଛି । ସେ ନିଜର କୋଭିଡ-୧୯ ପରୀକ୍ଷା କରାଇଥିଲେ ଓ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜକୁ ସଙ୍ଗରୋଧ କରିଛନ୍ତି । ଶ୍ରୀ ପାଣ୍ଡେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବିନିଯୋଗ ଏବଂ ସର୍ବସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ଯୁଗ୍ମ ସଚିବମାନେ ମଧ୍ୟ ନିଜକୁ ସଙ୍ଗରୋଧ କରିଥିବା ସୂଚନା ମିଳିଛି । ଏହା ସହ ନୂଆଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ବିଭିନ୍ନ ବିଭାଗକୁ ସାନିଟାଇଜ କରିବା ପାଇଁ ସିଲ୍‌ କରାଯାଇଥିବା ପ୍ରକାଶ ।

Comments are closed.