ଅସମୟର ସାଥୀ

0

ଦିଲ୍ଲୀ: ସେପ୍‌ଟେମ୍ବର ୩: ସମାଜ ସେବା କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଆନ୍ତି । ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିଭଳି ଏକ ଘଟଣା ଆଜିକାଲି ଲୋକଙ୍କ ହୃଦୟ ଜିତିଛି । ଶ୍ରୀନଗରର ଇରଫାନା ନିଜ ଅଞ୍ଚଳର ସମସ୍ତ ସୁଲଭ ଶୌଚାଳୟରେ ମହିଳାଙ୍କ ସୁବିଧା ପାଇଁ ସାନିଟାରି ନାପ୍‌କିନ୍‌ ରଖୁଛନ୍ତି । ସେ ଏହାକୁ ମାଗଣାରେ ରଖୁଛନ୍ତି । ଶ୍ରୀନଗରର ମୁନିସ୍‌ପାଲ୍‌ କର୍ପୋରେସନ୍‌ ସହିତ କାର୍ଯ୍ୟରତ ଇରଫାନା ନିଜ ଯୁବା ଅବସ୍ଥାରେ ସାନିଟାରି ନାପକିନ୍‌ କିଣିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହେଲେ ବର୍ତ୍ତମାନ ତାଙ୍କ ପାଖରେ ଚାକିରି ଥିବାରୁ ସେ ନିଜ ପଇସାରେ ସାନିଟାରୀ ନାପ୍‌କିନ୍‌ କିଣିପାରୁଛନ୍ତି । ହେଲେ ଯେଉଁ ମହିଳାଙ୍କ ପାଖରେ ଏହା କିଣିବାକୁ ସମ୍ବଳ ନାହିଁ ସେ ସେମାନଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିବାକୁ ଚାହାନ୍ତି । ତେଣୁ ସେ ଛୁଟି ଦିନରେ ନିଜ ଦରମାରେ ସାନିଟାରୀ ନାପକିନ୍‌ ସହ ଅନ୍ୟ କିଛି ସାମଗ୍ରୀ କିଣି ଏକ ଟୋକେଇରେ ରଖି ମହିଳାଙ୍କ ଉଦ୍ଦେଶ୍ୟରେ ସମସ୍ତ ସୁଲଭ ଶୌଚାଳୟରେ ଟାଙ୍ଗି ଦିଅନ୍ତି । ସାନିଟାରୀ ନାପକିନ୍‌ ବାବଦରେ ଇରଫାନା ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରନ୍ତି । ତାଙ୍କ ଅଞ୍ଚଳର ମହିଳାଙ୍କୁ ଟିକେ ସାହାଯ୍ୟ କରିବାକୁ ସେ ଯଥା ସମ୍ଭବ ଚେଷ୍ଟା କରିଥାଆନ୍ତି ।

Leave A Reply

Your email address will not be published.