ଅର୍ଥନୀତିକୁ ସ୍ୱାଭାବିକ ଲାଗି ପ୍ରୟାସ, ଜୋନ୍‌ ଚିହ୍ନଟରେ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣକ୍ଷମତା

ଭୁବନେଶ୍ୱର: ମେ ୨୬:ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍‌ ଚାଲିଥିବାବେଳେ କୋହଳ ହେବ କଟକଣା । ଅର୍ଥନୈତିକ ମୁଖ୍ୟସ୍ରୋତ ପାଲଟିଥିବା ଜିଲ୍ଲାରେ ଯଦି ଏକାଧିକ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତାହେଲେ ପୂରା ଜିଲ୍ଲାକୁ ରେଡ୍‌ ଜୋନ୍‌ ଘାଷଣା କରାଯିବନି । ଯଦ୍ୱାରା ଅର୍ଥନୀତି ଉପରେ ପ୍ରଭାବ ପଡୁଛି । ଏଣିକି ରାଜ୍ୟରେ ପଞ୍ଚାୟତୱାରୀ କ୍ଲଷ୍ଟର କଣ୍ଟେନମେଣ୍ଟ ଅବା ରେଡ୍‌ ଜୋନ୍‌ କରାଯିବ । କେବଳ ସେହି ଅଞ୍ଚଳରେ ଲକଡାଉନର ସମସ୍ତ କଟକଣା ପାଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତି୍ରପାଠୀ କହିଛନ୍ତି ଯେ, ଲକଡାଉନ୍‌-୪.୦ରେ ଆମେ କେନ୍ଦ୍ରକୁ ଏହି କଟକଣାକୁ କୋହଳ କରିବାକୁ ଅନୁରୋଧ କରିଥିଲୁ । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପୌରାଞ୍ଚଳର କମିଶନର ଏବଂ ପଞ୍ଚାୟତୱାରୀ ସରପଞ୍ଚମାନେ ଏହାର ତଦାରଖ କରିବେ । କେବଳ ସଂକ୍ରମିତ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନକୁ ହିଁ ରେଡ୍‌ ଜୋନ୍‌ ଭାବେ ଧରାଯିବ । ହଟସ୍ପଟ ଅଞ୍ଚଳରୁ ଫେରନ୍ତା ଏବଂ ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କ ୍ୱାରେଣ୍ଟାଇନ୍‌ ପଲିସି କରାଯାଇଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବା ପ୍ରବାସୀଙ୍କୁ ସିଧା କ ୍ୱାରେଣ୍ଟିନରେ ରଖାଯାଉଛି । କରୋନା ଭଳି ସମସ୍ୟା ଆଗରୁ ବିଶ୍ୱ ଦେଖିନଥିଲା । କରୋନା ବିରୋଧରେ ଆଗକୁ ଲମ୍ବା ଲଢେଇ ଚାଲିବ । ତେଣୁୁ ସଂକ୍ରମଣ ରୋକିବାକୁ ହେଲେ ଆଗାମୀ ଦିନରେ ସାମାଜିକ ଦୂରତାକୁ ଆମକୁ ପରମ୍ପରା ଭାବେ ପାଳନ କରିବାକୁ ହେବ ବୋଲି ମୁଖ୍ୟ ସଚିବ ଆହ୍ୱାନ ଦେଇଛନ୍ତି ।

Comments are closed.