ଅମ୍ଫନ ମୁକାବିଲା; ରାଜ୍ୟ ସରକାରଙ୍କୁୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

By Papu Mohanty

ଭୁବନେଶ୍ୱର(ସବୁ୍ୟ): May 21: ମହାବାତ୍ୟା ଅମ୍ଫନା ପ୍ରଭାବରେ କ୍ଷତି ହୋଇଥିବା ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ପରିସ୍ଥିତି ସ୍ୱାଭାବିକ ହେଉ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରରେ ଉଲ୍ଲେଖ କରିଛନ୍ତି ଯେ, ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ମୁଁ ପ୍ରଶଂସା କରୁଛି । ଅମ୍ଫନର ପ୍ରଭାବକୁ ରାଜ୍ୟ ଓ ସରକାରୀ ଅଧିକାରୀ ସାହସର ସହ ମୁକାବିଲା କରିଥିବାରୁ ମୁଁ ଅବେଗିକ ଭାବେ ଓଡିଶାବାସୀଙ୍କ ସହ ଅଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି । ମୁଁ ପ୍ରାର୍ଥନା କରୁଛି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେବ । ପଶ୍ଚିମବଙ୍ଗରେ ବାତ୍ୟା ଆମ୍ଫାନ୍‌ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଦୃଶ୍ୟ ମୁଁ ଦେଖୁଛି । ଏହି ସମୟରେ ସମଗ୍ର ଦେଶ ପଶ୍ଚିମବଙ୍ଗ ସହ ଛିଡା ହୋଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନ୍‌ଡିଆରଏଫ୍‌ର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀå ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି । ପ୍ରଭାବିତ ଲୋକଙ୍କୁ ସାହାର୍ଯ୍ୟ କରିବାରେ କୌଣସି ଅଭାବ ରଖାଯିବ ନାହିଁ

Comments are closed.