'ଅମ୍ଫନ' ପାଇଁ ଓଡିଶା କୁ ୧୨୮.୨୩ କୋଟି ଟଙ୍କା ର ଅତିରକ୍ତ କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ : ନଭେମ୍ବର ୧୨ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ରୁ ଛଅ ଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛି, ଯାହା ବର୍ଷକ ମଧ୍ୟରେ ଘୂର୍ଣ୍ଣିବଳୟ, ବନ୍ୟା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିଲା।

ଏହି କମିଟି ଛଅ ଟି ରାଜ୍ୟ – ଓଡିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ସିକ୍କିମକୁ ୪,୩୮୧.୮୮ କୋଟି ଟଙ୍କା ର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛି।

“ଆମ୍ଫାନ୍” ବାତ୍ୟା ରେ ପ୍ରଭାବିତ ପଶ୍ଚିମବଙ୍ଗ ପାଇଁ ୨,୭୦୭.୭୭ କୋଟି ଏବଂ ଓଡିଶା ପାଇଁ ୧୨୮.୨୩ କୋଟି ଟଙ୍କା ଅନୁମୋଦନ କରାଯାଇଛି।

ମହାରାଷ୍ଟ୍ର ‘ନିସର୍ଗ’ ଘୂର୍ଣ୍ଣିବଳୟ ପାଇଁ ୨୬୮.୬୯ କୋଟି ଟଙ୍କା ପାଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ର ପ୍ରଭାବ ରେ ବନ୍ୟା ଓ ଭୂସ୍ଖଳନ ପାଇଁ କ୍ଷତିଗ୍ରସ୍ତ ରାଜ୍ୟ କର୍ଣ୍ଣାଟକ ପାଇଁ ୫୭୭.୮୪ କୋଟି, ମଧ୍ୟପ୍ରଦେଶ ପାଇଁ ୬୧୧.୬୧ କୋଟି ଏବଂ ସିକ୍କିମ ପାଇଁ ୮୭.୮୪ କୋଟି ଟଙ୍କା ଅନୁମୋଦନ କରାଯାଇଛି।

ଘୂର୍ଣ୍ଣିବଳୟ ଆମ୍ଫାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୨ ତାରିଖ ରେ ପଶ୍ଚିମବଙ୍ଗ ଏବଂ ଓଡିଶାର ପ୍ରଭାବିତ ଅଂଚଳ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କା ଏବଂ ୫୦୦ କୋଟି ଟଙ୍କା ର ଆର୍ଥିକ ସହାୟତା ଅଗ୍ରିମ ଆକାର ରେ ରିଲିଫ୍ କାର୍ଯ୍ୟକଳାପ ପାଇଁ ଦିଆଯାଇଥିଲା I (IANS)

Santé Canadienne Inc. Expédition dans le monde entier, sans ordonnance. https://www.viagrasansordonnancefr.com/ Viagra Générique Sans Ordonnance.

Comments are closed.