ଅମ୍ପନ : ଆଜି ରାତିରେ ବଢ଼ିପାରେ ପବନ

Edited by Papu Mohanty

ଭୁବନେଶ୍ୱର : May 19: ବାତ୍ୟା ଅମ୍ପନ୍‌ ମଙ୍ଗଳବାର ମଧ୍ୟରାତ୍ରୀରେ ନେଇପାରେ ଉଗ୍ରରୂପ । ହଠାତ୍‌ ପବନ ବଢ଼ିପାରେ ଓ ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ ଏବଂ ବୁଧବାର ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ । ବିଶେଷ କରି ବାଲେଶ୍ୱର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ତୀବ୍ର ରହିବ । ଏହି ବେଗ ପ୍ରାୟ ୧୦୦ରୁ ୧୫୦ କି.ମି ରହିପାରେ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ବୁଧବାର ଦିନ ୧୨ଟାରୁ ୨ଟା ଭିତରେ ଏହା ଓଡ଼ିଶା ଅତିକ୍ରମ କରିବାକୁ ଥିବା ବେଳେ ୩ଟା ପର୍ଯ୍ୟନ୍ତ ପବନର ବେଗ ଜାରି ରହିବ । ଏହି ସମୟରେ ଲୋକେ ଘର ଭିତରେ ରହିବେ ଓ କୌଣସି ପରିସ୍ଥିତିରେ କେହି ବାହାରକୁ ଆସିବା ଉଚିତ୍‌ ନୁହେଁ ବୋଲି ଶ୍ରୀ ଜେନା କହିଛନ୍ତି ।

Comments are closed.