ଅମିତ ଶାହାଙ୍କୁ କରୋନା

ଭୁବନେଶ୍ୱର : ଅଗଷ୍ଟ ୦୨:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଛି । କରୋନା ନେଇ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଶ୍ରୀ ଶାହା । ଟ୍ୱିଟରରେ ସେ ଉଲ୍ଲେଖ କରିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ଓ ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । କି;ୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କରୋନା ପଜେଟିଭ୍‌ ଚିହ୍ନଟ ହେବା ଫଳରେ ଶ୍ରୀ ଶାହା ରାମ ମନ୍ଦିର ଭୂମିପୂଜନ ଉତ୍ସବ ପାଇଁ ଆଯୋଧ୍ୟା ଯିବେ ନାହିଁ ବୋଲି ଜଣାପଡିଛି ।

Comments are closed.