ଅଭିଯୋଗ : କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ବିଫଳ ୧୨ଟି ଦଳ ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର

0

ଭୁବନେଶ୍ୱର : କରୋନା ମୁକାବିଲା ଓ ପରିଚାଳନାରେ ବିଫଳ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ସାଧାରଣ ଲୋକଙ୍କ ଜୀବନଜୀବିକା ସମସ୍ୟାର ସମାଧାନ କରିବାରେ ମଧ୍ୟ ନେଇନାହାଁନ୍ତି ପଦକ୍ଷେପ । ଏଭଳି ଅଭିଯୋଗ କରି ଶୁକ୍ରବାର ୧୨ଟି ରାଜନୀତିକ ଦଳ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି । ଏହାସହିତ ରାଜ୍ୟପାଳଙ୍କୁ ଭେଟି ୧୭ଦଫା ସମ୍ବଳିତ ଦାବିପତ୍ର ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରେ କରୋନା ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ କଂଗ୍ରେସ , ବାମଦଳ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ନେତାମାନେ ଏକଜୁଟ ହୋଇ କଡ଼ା ସମାଲୋଚନା କରିଥିଲେ । ୧୧ଟି ଦଳର ନେତୃବୃନ୍ଦ ଓ କର୍ମୀମାନେ ଏହି ପ୍ରତିବାଦ ସଭାରେ ଏକଜୁଟ ହୋଇଥିବାବେଳେ ଅନ୍ୟ ଗୋଟିଏ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଥିବା ଟିମରେ ସାମିଲ ହୋଇଥିଲେ । କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହିତ ଦାବିଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ । କରୋନା ମୁକାବିଲା କରିବା କ୍ଷେତ୍ରରେ କୋଭିଡ୍‌ ଟେଷ୍ଟିଂ ଖୁବ୍‌ ଗୁରୁତ୍ୱ ବହନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ ବୋଲି ପ୍ରତିନିଧି ଦଳ କହିଛି । ମୁଖ୍ୟମନ୍ତ୍ରୀ ଦିନକୁ ୧୫ ହଜାର କୋଭିଡ୍‌ ଟେଷ୍ଟିଂ କରିବାର ଘୋଷଣା କରି ସେଥିରୁ ଓହରିଯିବା ଏବଂ ପ୍ରବାସୀ ଶ୍ରମିକମାନଙ୍କୁ କୋଭିଡ୍‌ ଟେଷ୍ଟିଂ ନକରି ଘରକୁ ପଠାଇ ଦେବା ମହାମାରୀ ସଂକ୍ରମଣକୁ ବଢ଼ାଇ ଚାଲିଛି । କ ୍ୱାରେଣ୍ଟାଇନ୍‌ ଅବଧି ପରେ ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ଘୋଷଣା କରି ସରକାର ସେଥିରୁ ପଛଘୁଂଚା ଦେଉଛନ୍ତିଛ ଓଡ଼ିଶା ଔଷଧ ନୁଗମରେ ଜିନିଷପତ୍ର କିଣାରେ ବ୍ୟାପକ ଦୁର୍ନୀତ ଆଦି ମୋଟ ୧୭ଟି ପ୍ରସଙ୍ଗରେ ଏହି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ, ସିପିଆଇଏମଏଲ ଲିବରେସନ, ସମାଜବାଦୀ ପାର୍ଟି, ଆମ୍‌ ଆଦ୍ମୀ ପାର୍ଟି, ଅଲ୍‌ ଇଣ୍ଡିଆ ଫୱର୍ାର୍ଡ ବ୍ଲକ, ସିପିଆଇଏମଏଲ୍‌ ରେଡ୍‌ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, ଏନ୍ସିପି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଭାଗ ନେଇଥିଲେ । ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍‌ଗୋ, ମହେନ୍ଦ୍ର ପରିଡା, ସନ୍ତୋଷ ଦାସ, ଅଭିରାମ ବେହେରା, ସୁର ଜେନା, ଅମୀୟ କୁମାର ପଟ୍ଟନାୟକ, ବିଷ୍ଣୁ ଚରଣ ବାରିକ, ମୋହନ ଜେନା, ସତ୍ୟବ୍ରତ ନାୟକ, ବିସ୍ମୟ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.