ଅଭିଭାବକ ଗଣିବେ ୨୬,୦୦୦ ଟଙ୍କା ଜରିମାନା

କଟକ: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ବେଶ୍ ହଟଚମଟ ସୃଷ୍ଟି ହେବା ସହିତ ସରକାର ସର୍ବସାଧାରଣଙ୍କ ସଚେତନତା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଥିଲେ । ନାବାଳକ ଗାଡି ଚଳାଇଲେ ଜୋରିମାନା ଗଣିବେ ଅଭିଭାବକ । ଏନେଇ ବିଭିନ୍ନ ସ୍ଥାନରେ ବିଶେଷ କରି ଟ୍ୱିନ ସିଟିରେ ବିଭିନ୍ନ ସ୍କୂଲରେ ପୋଲିସ ବିଭାଗ ତରଫରୁ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ବି ଚେତୁନାହାନ୍ତି ଲୋକେ । ଫଳରେ ଆଜି ଜଣେ ନାବାଳକ ଗାଡି ଚଳାଉଥିବାରୁ ୨୬,୦୦୦ ଟଙ୍କା ଫାଇନ କରିଛି ପରିବହନ ବିଭାଗ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକରେ । ମଙ୍ଗଳବାର ବାରଙ୍ଗ ନିକଟରେ ଜଣେ ନାବାଳକ ବିନା ହେଲମେଟ୍ରେ ସ୍କୁଟି ଚଳାଉଥିବା ବେଳେ ପରିବହନ ଅଧିକାରୀମାନେ ତାକୁ ଅଟକାଇ କାଗଜପତ୍ର ଯାଂଚ କରିଥିଲେ । ଯାଂଚବେଳେ ଚାଳକ ନାବାଳିକା ଜଣାପଡ଼ିବା ପରେ ବିଭିନ୍ନ ଦଫାରେ ୨୬,୦୦୦ଟଙ୍କା ଫାଇନ କରାଯାଇଛି ।

Comments are closed.