ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ସହ ଜଡିତ ୧୫ କୋଟି ଟଙ୍କା ର କାରବାର କୁ ନେଇ ମନି ଲଣ୍ଡରିଂ ମାମଲା ଦାଖଲ କଲେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ

0

ମୁମ୍ବାଇ : ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ’ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA), 2002 ଅଧୀନରେ ଏକ ଅପରାଧିକ ମାମଲା ରୁଜୁ କରିଛି।

ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ.ସିଂ ବିହାର ପୋଲିସ ଷ୍ଟେସନ ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ କରିବା ପରେ, ଇଡି ପକ୍ଷରୁ ଏ ପ୍ରକାର ପଦକ୍ଷେପ ନିଅ ଯାଇଛି I

ଗୁରୁବାର ଦିନ ଇଡି ବିହାର ପୋଲିସ ଦ୍ୱାରା ରିୟା ଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ସମ୍ପୂର୍ଣ ବିବରଣୀ ଜାଣିବାକୁ ଚାହିଁଥିବା ବେଳେ, ସୁଶାନ୍ତ ସିଂ ରାଜପୁତ ଓ ରିୟା ଙ୍କ ପରିବାରର ଦୁଇଟି କମ୍ପାନୀର ସବିଶେଷ ତଥ୍ୟ ବ୍ୟାଙ୍କ କୁ ମାଗିଛନ୍ତି I
ଇଡି Vividrage Rhealityx ର ଆର୍ଥିକ କାରବାରର ସବିଶେଷ ତଥ୍ୟ ଜାଣିବାକୁ ଚାହିଁଛନ୍ତି ଯେଉଁଥିରେ ରିହା ଜଣେ ନିର୍ଦ୍ଦେଶକ ଅଛନ୍ତି ଏବଂ ଫ୍ରଣ୍ଟ ଇଣ୍ଡିଆ ଫର୍ ୱାର୍ଲ୍ଡ, ଯେଉଁଥିରେ ତାଙ୍କ ଭାଇ ଶୋଭିକ ମଧ୍ୟ ଜଣେ ନିର୍ଦ୍ଦେଶକ ଅଟନ୍ତି।

ପୁଅକୁ ପ୍ରତାରଣା କରି ଧମକ ଦେଇଥିବା ଅଭିଯୋଗ କରି ସୁଶାନ୍ତଙ୍କ ପିତା ପାଟନାରେ ରେହାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି ।

ଅଭିନେତାଙ୍କ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଏବଂ ରିୟା ଏକ ସଂପର୍କରେ ଥିଲେ। ପୁଅଙ୍କଠାରୁ ଟଙ୍କା ନେବା ଏବଂ ଗଣମାଧ୍ୟମକୁ ତାଙ୍କର ଡାକ୍ତରୀ ରିପୋର୍ଟ ପ୍ରକାଶ କରିବାକୁ ଧମକ ଦେବା ଭଳି ଅଭିଯୋଗ ରିୟାଙ୍କ ବିରୋଧରେ କରିଛନ୍ତି ଶୁଶାନ୍ତ ଙ୍କ ପିତା I ସୁଶାନ୍ତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ରିୟା ସୁଶାନ୍ତ ଙ୍କୁ ତାଙ୍କ ପରିବାରଠାରୁ ଦୂରରେ ରଖି ଆସୁଥିଲେ ।

ବିହାରର ଛତ୍ରପୁରର ସୁଶାନ୍ତଙ୍କ ସମ୍ପର୍କୀୟ ତଥା ପୂର୍ବତନ ବିଜେପି ବିଧାୟକ ନୀରଜ କୁମାର ସିଂ କହିଛନ୍ତି ଯେ ଯୁବ ଅଭିନେତାଙ୍କ ଅକାଳ ତଥା ହଠାତ୍ ଦେହାନ୍ତ ହେବା ଘଟଣା ପରିବାର ମନୋବଳ କୁ ଭାଙ୍ଗି ଦେଇଥିଲା, ସେଥିରୁ ଟିକେ ମୁକୁଳିବା ପରେ ଏବଂ ବିଭିନ୍ନ ଜିନିଷ ଜାଣିବା ପରେ ଏଫ୍ଆଇଆର୍ ଦାଖଲ କରାଯାଇଛି।

Leave A Reply

Your email address will not be published.