ଅଭିନେତା ସୁଶାନ୍ତଙ୍କ ଭଉଣୀଙ୍କୁ ପୋଲିସର ଜେରା; ୬ମାସ ହେଲା ଡିପ୍ରେସନରେ ଥିଲେ

0

ଭୁବନେଶ୍ୱର : ଜୁନ ୧୫:ଆତ୍ମହତ୍ୟା କରିଥିବା ବଲିଉଡର ପ୍ରଖ୍ୟାତ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଉଭଣୀଙ୍କୁ ପଚରାଉଚରା କରିଛି ପୋଲିସ । ସୁଶାନ୍ତ ଗତ କିଛିମାସ ହେଲା ଅବସାଦଗ୍ରସ୍ତ ଥିଲେ । ଗତ ୬ମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ଗତ କିଛି ଦିନ ହେଲା ସେ ନିୟମିତ ଭାବେ ଔଷଧ ସେବନ କରୁନଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି । ସୁଶାନ୍ତ କ୍ଲିନିକାଲ ଡିପ୍ରେସନର ଶିକାର ହୋଇଥିବା ଜଣାପଡିଛି । ସୁଶାନ୍ତଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା ବୋଲି ତାଙ୍କ ଭଉଣୀ ପୋଲିସ ସମ୍ମୁଖରେ କହିଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ପୋଷ୍ଟର୍ଟମ ରିପୋର୍ଟ ଆସିଛି ଓ ବେକରେ ରଶି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ତାଙ୍କ ଘରୁ ମେଡିକାଲ ପ୍ରେସକ୍ରିପସନ ଓ ମେଡିସିନ୍‌ ମିଳିଛି । ସୁଶାନ୍ତଙ୍କ ମାମୁଁ କିନ୍ତୁ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସୁଶାନ୍ତଙ୍କ ଦୁଇଟି ମୋବାଇଲ ଫୋନ୍‌ ଓ ଲାପଟପକୁ ତଦନ୍ତ ପାଇଁ ଫରେନସିକ୍‌ ଟିମକୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.