ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ଦିଲ୍ଲୀ ଅଗଷ୍ଟ ୯: ବଲିଉଡ ଓ ହିନ୍ଦୀ ଧାରାବାହିକର ଲୋକପ୍ରିୟ କଳାକାର ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଛି । ଲୋକପ୍ରିୟ ଧାରାବାହିକ ‘ମନକି ଆୱାଜ ପ୍ରତିଜ୍ଞା’ ସିଜନ୍‌-୨ରେ ସେ ଠାକୁର ସଜ୍ଜନ ସିଂହ ନାମକ ଭୂମିକାରେ ଅଭିନୟ କରୁଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।
କିଛି ଦିନ ହେବ ସେ କିଡ୍‌ନୀରେ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ସମୟରେ ବହୁ ବଲିଉଡ ତଥା ହିନ୍ଦୀ ଧାରାବାହିକ କଳାକାରମାନେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ତେବେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବାରୁ ତାଙ୍କର ମୃତୁ୍ୟ ଘଟିଛି । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କର ଦୁଇ ଭାଇ ଅନୁରାଗ ଓ କାଞ୍ଚନ ଉପସ୍ଥିତ ରହିଥିଲେ ।
ହିନ୍ଦୀ ଧାରାବାହିକ ‘ମନକି ଆୱାଜ ପ୍ରତିଜ୍ଞା’ରେ ତାଙ୍କର ଖଳନାୟକ ଚରିତ୍ର ଦର୍ଶକଙ୍କ ମନକୁ ଜିଣିପାରିଥିଲା । ୨୦୦୯ରୁ ଏହି ପପୁଲାର ଧାରାବାହିକ ପ୍ରସାରଣ ହୋଇଥିଲା । ଏହା ବ୍ୟତୀତ ସେ ‘ଡୋଲି ଅରମାନୋ କି’ଓ ‘କ୍ରିଷ୍ଣା ଚଲି ଲଣ୍ଡନ’ ଲୋକପ୍ରିୟ ଧାରାବାହିକରେ କାମ କରି ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟିଥିଲେ ।
ବଲିଉଡରେ ସେ ‘ସ୍ଲମ୍‌ଡଗ ମିଲଅନିୟର୍‌’, ‘ବେଣ୍ଡିଡ୍‌ କୁଇନ୍‌’, ‘ସତ୍ୟା’, ‘ଦିଲ୍‌ ସେ’, ‘ହଲ୍ଲା ବୋଲ’, ‘ହଜାରୋଁ ଖ୍ୱାଇସେ ଐସି’, ‘ରକ୍ତ ଚକ୍ର’, ‘କଚ୍ଚେ ଧାଗେ’ ଆଦି ୪୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି ।

Comments are closed.