ଅବକାରୀ ଏଏସଆଇ ମଦପିଇ ରାସ୍ତାରେ ଗଡୁଥିବା ଦୃଶ୍ୟ ଭାଇରାଲ

ସମୟ ଲାଇଭ,୧୮/୨ : ବେଆଇନ ନିଶାକାରବାର ରୋକିବା ପାଇଁ ନିଯୁକ୍ତ ସରକାରୀ କର୍ମଚାରୀ ନିଶାଶକ୍ତ ହୋଇ ରାସ୍ତା କଡରେ ଗଡୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଭାବରୁ ସରକାରୀ କର୍ମଚାରୀଙ୍କ ଠାରେ ଦେଖିବାକୁ ମିଳୁଛି ଏଭଳି ବିଶୃଙ୍ଖଳିତ ଆଚରଣ । ଯାହାର କୁପ୍ରଭାଵ ସମାଜ ଉପରେ ପଡୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ । ସ୍ଥାନୀୟ ଅବକାରୀ ବିଭାଗର ଜନୈକ ASI ମଦନିଶାରେ ଚୁର ହୋଇ ରାସ୍ତାରେ ଗଡୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବେତନଟୀ ଥାନାର ଜଣେ କାର୍ଯ୍ୟରତ ସବଇନିସପେକ୍ଟର ମଦପିଇ ରାସ୍ତାରେ ଗଡ଼ିବା ଦୃଶ୍ୟ ବେତନଟୀ ଅଞ୍ଚଳର ଲୋକମାନଙ୍କ ମନରୁ ନ ଲିଭୁଣୁ ପୁଣି ଜଣେ ବେତନଟୀ ଅବକାରୀ ଥାନାର କାର୍ଯ୍ୟରତ ଏଏସଆଇ ରବିନାରାୟଣ ରଣା ଗତ 5ତାରିଖ ଦିନ 3ଟା ସମୟରେ ବେତନଟୀ ଅଞ୍ଚଳରେ ଥିବା ଏକ ମୋଟର ସାଇକେଲ ଗ୍ୟାରେଜେ ସାମ୍ନାରେ ମଦପିଇ ପଡିଥିବା ସହିତ ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିବା ଦୃଶ୍ୟ ସୋସିଆଲ ମେଡିଆରେ ଭାଇରାଲ ହେଇଛି । ଯାହା ବିଭାଗ ଏବଂ ସରକାରଙ୍କ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି । ଜଣେ ଦାୟିତ୍ବ ସଂପନ୍ନ ସରକାରୀ କର୍ମଚାରୀଙ୍କ ସର୍ବସାଧାରଣରେ ଏଭଳି ବିଶୃଙ୍ଗଖଳିତ ଆଚରଣ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ଜଣାପଡେ ବେତନଟୀ ଅଞ୍ଚଳରେ ଥିବା ମଦମାଫିଆମାନଙ୍କ ଠାରୁ ମୋଟା ଅଙ୍କରେ ବଟି ଆଦାୟ ହୋଇ ତଳୁ ଉପର ପର୍ଯ୍ୟନ୍ତ ଯାଉଥିବାରୁ ନିରାବବତା ଅବଲମ୍ବନ କରାଯାଉଥିବା ଅଭିଯୋଗ ହେଉଛି । ତେବେ ବାଳିଆ, ଶୋଉଳ ଛାଡି ଦାଣ୍ଡିଆ ମାରିବା ନ୍ୟାୟରେ ଚଢ଼ାଉ ନାମରେ ଅଞ୍ଚଳରୁ କିଛି ଲୋକଙ୍କୁ ଧରି ଜେଲ ପଠେଇ ମାସସାରା ହାତ ବାନ୍ଧି ଚୁପ ହୋଇ ବସି ବାହାଦୁରି ନେଉଛନ୍ତି। ଏପ୍ରସଙ୍ଗରେ ସ୍ଥାନୀୟ ଅବକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ । ଏଘଟଣା ସମ୍ପର୍କରେ ଅବଗତ ଅଛି ଏମିତିକି ଘଟଣା ଘଟିଥିବା ଗତ 5 ତାରିଖରୁ ବିନାଅନୁମତିରେ ଡ୍ୟୁଟିରେ ଅନୁପସ୍ଥିତ ରହି କୁଆଡେ ଯାଇଛନ୍ତି ଆମ ପାଖରେ ମଧ୍ୟ କୌଣସି ଖବରନଥିବା ନେଇ ଜିଲ୍ଲା ଅବକାରୀ ଏସପିଙ୍କୁ ଜଣାଇଛୁ।

Comments are closed.