ଅପହରଣ ପରେ ପରେ ତୁରନ୍ତ ଭାରତୀୟଙ୍କୁ ଛାଡ଼ିଲେ ତାଲିବାନ

ଭୁବନେଶ୍ୱର: ଅଗଷ୍ଟ ୨୧: ତାଲିବାନମାନେ କାବୁଲକୁ କବ୍‌ଜା କରିବା ପରେ ଆଫଗାନ୍‌ ନାଗରିକ ଆତଙ୍କିତ ହୋଇପଡ଼ିିଛନ୍ତି । ତାଲିବାନର ଶାସନରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ନିଜ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଏହି ଅବସରରେ ତାଲିବାନ ହାମିଦ୍‌ କରଜଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ପ୍ରାୟ ୧୫୦ ଜଣ ଲୋକଙ୍କୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିବା ମଧ୍ୟ ଜଣାପଡ଼ିଛି । ତେବେ ତାଲିବାନମାନେ ଅପହରଣର କିଛି ସମୟ ପରେ ସମସ୍ତ ଭାରତୀୟଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି । ତାଲିବାନମାନଙ୍କର ଏହି ଅପହରଣ ଏବଂ ଅପହରଣ ପରେ ପରେ ତୁରନ୍ତ ଭାରତୀୟଙ୍କୁ ଛାଡ଼ି ଦେଇଥିବା ଘଟଣା ପଛର କାରଣ ଜଣାପଡ଼ିିନାହିଁ । ଅପହରଣ ହୋଇଥିବା ଲୋକମାନେ କାବୁଲ ବିମାନ ବନ୍ଦର ଫାଟକ ପାଖରେ ଛିଡ଼ା ହୋଇଥିବା ସମୟରେ ତାଲିବାନମାନେ ସେମାନଙ୍କୁ ଅପହରଣ କରିଥିଲେ ।
ସୂଚନାଥାଉଯେ, ଭାରତୀୟ ଯୁଦ୍ଧ ବିମାନ ସି-୧୩୦ଜେ ୮୫ ଜଣ ଭାରତୀୟଙ୍କୁ ସ୍ଥାନାନ୍ତରଣରେ ସଫଳ ହେବାର କିଛି ଘଣ୍ଟା ପରେ ଏହି ଅପହରଣ ହୋଇଥିବା ସୂଚନା ମିଳିଛି ।

Comments are closed.