ଅନ୍ୟ ଜିଲ୍ଲାରୁ ଆସୁଥିବା କର୍ମଚାରୀ ଙ୍କ ପ୍ରବେଶ ଉପରେ ଲାଗିଛି କଟକଣା

ଭୁବନେଶ୍ୱର : ଜୁଲାଇ ୯: ରାଜଧାନୀକୁ ସରକାରୀ କର୍ମଚାରୀଙ୍କୁ ମନା । ଅନ୍ୟ ଜିଲ୍ଲାରୁ ଆସୁଥିବା କର୍ମଚାରୀ ଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଏଥିରୁ ବାଦ୍‌ ପଡିଛି କଟକ ଓ ଖୋର୍ଦ୍ଧା ଜିଲ୍ଲା । ଏଥିସହିତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମା ସିଲ କରାଯାଇଛି । କରୋନା ସଂକ୍ରମଣ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।
ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ବିଶେଷକରି ଭୁବନେଶ୍ୱରରେ କରୋନା ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ କେତେକ ସତର୍କତାମୂଳକ ଅପଣାଇଛନ୍ତି ସରକାର । ଭୁବନେଶ୍ୱର ମହାନଗରକୁ ଦୈନିକ ଯାତାୟତ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲାଗିଛି । ଜୁଲାଇ ୩୧ ପର୍ଯ୍ୟନ୍ତ କଟକ ଓ ଖୋର୍ଦ୍ଧା ମୁନିସିପାଲଟି ବ୍ୟତୀତ ଅନ୍ୟ ଅଞ୍ଚଳରୁ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ଭୁବନେଶ୍ୱର ଆସିପାରିବେ ନାହିଁ ।
ବୁଧବାର ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତିି । ଗଞ୍ଜାମ ଓ ଖୋର୍ଦ୍ଧା ବର୍ଡର ସିଲ କରାଯାଇଛି । ଉଭୟ ସୀମାରୁ ଆନ୍ତଃଜିଲ୍ଲା ଯାତାୟାତ ଉପରେ ଆସନ୍ତା ୨୪ ଘଣ୍ଟା ପାଇଁ କଟକଣା ଲଗାଯାଇଛି । ଗଞ୍ଜାମରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୦୯୬ ରେ ପହଞ୍ଚିଥିବାବେଳେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.