ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ଦେଶର ୧୫୨ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ପଦକ, ଓଡ଼ିଶାରୁ ୪ ପୋଲିସ ଅଧିକାରୀ

ଭୁବନେଶ୍ୱର: ଅଗଷ୍ଟ ୧୨: ଚଳିତ ବର୍ଷ ଅପରାଧ ଅନୁସନ୍ଧାରେ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଦେଶର ୧୫୨ ଜଣ ପୋଲିସ ଅଧିକାରୀଙ୍କୁ ପଦକ ମିଳିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ପଦକ ପାଇଁ ମନୋନୀତ ହୋଇଥିବା ପୋଲିସ ଅଧିକାରୀର ଏକ ନାମ ତାଲିକା ପ୍ରକାଶ ପାଇଛି । ଏଥିରେ ଓଡ଼ିଶାର ୪ ଜଣ ପୋଲିସ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି । ସେମାନେ ହେଲେ- ଇନସ୍ପେକଫର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍‌ସ୍ପେକଫର ଦେବେନ୍ଦ୍ର କୁମାର ବିଶ୍ୱାଳ, ସବ୍‌ ଇନ୍‌ସ୍ପେକଫର ତୃପ୍ତି ରଞ୍ଜନ ନାୟକ (ଉପନୀରିକ୍ଷକ), ଶ୍ରୀକାନ୍ତ ସାହୁ (ଉପନୀରିକ୍ଷକ) ।
ତାଲିକା ଅନୁସାରେ, ସିବିଆଇରୁ ୧୫ ଜଣ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୧୧ ଜଣ ଲେଖାଏଁ , ଉତ୍ତରପ୍ରଦେଶରୁ ୧୦ ଜଣ, କେରଳରୁ ଓ ରାଜସ୍ଥାନର ୯ଲେଖାଏଁ, ତାମିଲନାଡ଼ୁ ପୋଲିସରୁ ୮, ବିହାରରୁ ୭ ଜଣ ଏବଂ ଗୁଜରାଟ, କର୍ଣ୍ଣାଟକ ଓ ଦିଲ୍ଲୀରୁ ୬ଜଣ ଲେଖାଏଁ ପୋଲିସ କର୍ମଚାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣ ମହିଳା ପୋଲିସ କର୍ମଚାରୀ ରହିଛନ୍ତି ।

Comments are closed.