ଅନୁଭବଙ୍କ ପ୍ରେସ୍‌ ରିଲିଜ୍‌: ବ୍ୟକ୍ତିଗତ ଜୀବନକୁ ପଦାରେ ନକାଇବା ପାଇଁ ରହିଥିଲେ ନୀରବ: ଏବେ ଡିଭୋର୍ସ ପିଟିସନ

ଭୁବନେଶ୍ୱର : ସେପ୍ଟେମ୍ବର ୬:ବର୍ଷା ଓ ଅନୁଭବଙ୍କ ବିବାଦ ଚରମ ସୀମାରେ ପହଞ୍ଚିଥିବାବେଳେ ନିଜର ମତ ରଖିଛନ୍ତି ସ୍ୱାମୀ ଅନୁଭବ । ଏକ ପ୍ରେସ ବିବୃତି ଜାରି କରି ଅନୁଭବ କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଜୀବନକୁ ପଦାରେ ନକାଇବା ପାଇଁ ସେ କିଛି ମାସ ଧରି ନୀରବ ରହିଥିଲେ । ତେବେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଉଦ୍ଦେଶ୍ୟମୂଳକ ଖବର ପ୍ରକାଶ ପାଇବା ପରେ ସେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ ମଣିଷର ଆତ୍ମସମ୍ମାନ ତାର ଅଧିକାର ।  ବର୍ଷାକୁ ମୁଁ ଗଭୀର ଭାବରେ ଭଲ ପାଇ ବିବାହ କରିଥିଲି । ତାଙ୍କୁ ଜଣେ ସଫଳ ମହିଳା ହିସାବରେ ମୁଁ ସମ୍ମାନ ଦିଏ । ହେଲେ ମୋର ବୈବାହିକ ଜୀବନ ଦୀର୍ଘଦିନ ଧରି ଖରାପ ସମୟ ଦେଇ ଗତି କରୁଥିଲା । ସେ ଏହାକୁ ସୁଧାରିବା ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ କି;ୁ ତାହା ଫଳପ୍ରଦ ହୋଇନଥିଲା । ପରସ୍ପରର ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ରକ୍ଷା ପାଇଁ ସହମତି ଭିତିରେ ଛାଡପତ୍ର ଦେବାପାଇଁ ସେ ଓ ତାଙ୍କ ପରିବାର ଉଦ୍ୟମ କରିଥିଲେ ଏହା ଫଳପ୍ରଦ ନହେବାରୁ ସେ ଛାଡପତ୍ର ପାଇଁ ଜୁଲାଇ ୨୦୨୦ରେ କୋର୍ଟରେ ଡିଭୋର୍ସ ପିଟିସନ ଦାଖଲ କରିଥିଲେ । ତାଙ୍କର ଡିଭୋର୍ସ ପିଟିସନ ଯେପରି ଲିକ ନହୁଏ, ସେଥିପାଇଁ ସେ ଓ ତାଙ୍କର ଓକିଲ ଉଦ୍ୟମ କରିଆସୁଥିଲେ । ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା ଓ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ମନଗଢା କାହାଣୀ ଏବଂ ତାଙ୍କ ବିରୋଧରେ ଅମୁଳକ ଅଭିଯୋଗ ତାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଛି । ପ୍ରେସ ରିଲିଜରେ ଅନୁଭବ ଲେଖିଛନ୍ତି, ବିଚାର ବିଭାଗ ଏବଂ ଭଗବାନଙ୍କ ଉପରେ ତାଙ୍କର ସମ୍ପୁର୍ଣ୍ଣ ଅସ୍ଥା ରହିଛି । କୋର୍ଟରେ ମାମଲା ଥିବାରୁ ଏହା ଉପରେ ଅଧିକ କିଛି କହିବା ଉଚିତ ହେବନାହିଁ ବୋଲି ସେ ଉଲ୍ଲେଖ କହରିଛନ୍ତି । ଏହା ସହ ସେ ଅନୁରୋଧ କରିଛନ୍ତି, ତାଙ୍କର ଓ ତାଙ୍କ ପରିବାରର ସମ୍ମାନ, ବର୍ଷା ଓ ବର୍ଷାଙ୍କ ପରିବାରର ସମ୍ମାନକୁ ସମସ୍ତେ ସମ୍ମାନ ଦିଅ;ୁ । ଏନେଇ କୌଣସି ଗୁଜବ ନକରିବା ପାଇଁ ଅନୁଭବ ଅନୁରୋଧ କରିଛନ୍ତି ।

They include both physical and emotional conditions. cialis malaysia price Common causes of ED include:.

Comments are closed.