ଅନଲାଇନରେ ହେବ ବିପିୟୁଟି ପରୀକ୍ଷା

0

ଭୁବନେଶ୍ୱର : ଜୁନ ୧୨:ଅନଲାଇନରେ ହେବ ବିପିୟୁଟି ପରୀକ୍ଷା ।ଏନେଇ ବିଧିବଦ୍ଧଭାବେ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ ଅନଲାଇନରେ ଇଂଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟାର ପରୀକ୍ଷା ହେବ । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନଲାଇନରେ ଏହି ପରୀକ୍ଷା କରାଯିବ । ଯେଉଁମାନେ ଅନଲାଇନରେ ପରୀକ୍ଷା ଦେବେନାହିଁ ,ସେମାନେ କଲେଜ ଖୋଲିବା ପରେ ଅଫ ଲାଇନରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି । ଅନ୍ୟପକ୍ଷରେ କରୋନା ସ୍ଥିତିକୁ ନଜରରେ ରଖି ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ୟୁଜିସି ପ୍ରସ୍ତାବ ଅନୁସାରେ ବିକଳ୍ପ ମୂଲ୍ୟାୟନ କରି ଫଳାଫଳ ପ୍ରକାଶନ କରିବେ । ଅଗଷ୍ଟ ମାସ ଶେଷ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.