ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ; ବାଦ୍‌ ପଡ଼ିବ ଖାଦ୍ୟଶସ୍ୟ,ଆଳୁ, ଡାଲି ଓ ତେଲ

ଭୁବନେଶ୍ୱର : ଜୁନ ୦୩:ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏହା ଫଳରେ ଖାଦ୍ୟଶସ୍ୟ, ତୈଳବୀଜ, ଆଳୁ ଓ ପିଆଜର ଦର ନିୟନ୍ତ୍ରଣମୁକ୍ତ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷକମାନେ ନିଜ କୃଷିଜାତ ସାମଗ୍ରୀରୁ ଅଧିକ ଲାଭ ପାଇପାରିବେ ।
କ୍ୟାବିନେଟ କୃଷିଜାତ ସାମଗ୍ରୀ ବିକ୍ରି ଓ ବିପଣନ(ପ୍ରେତ୍ସାହନ ) ଅଧ୍ୟାଦେଶକୁ ମଂଜୁରୀ ଦେଇଛି । ଏଣିକି କୃଷକମାନେ ଏପିଏମସି ମଣ୍ଡି ବାହାରେ ନିଜର କୃଷିଜାତ ଉତ୍ପାଦ ବିକ୍ରି କରିପାରିବେ । ରାଜ୍ୟ ବାହାରେ ମଧ୍ୟ ସମାନେ ନିଜସ୍ୱ ସାମଗ୍ରୀ ବିକ୍ରିବଟା କରିପାରିବେ । କେବଳ ସିତିକି ନୁହେଁ ନିଜ ସାମଗ୍ରୀର ବିକ୍ରି ପାଇଁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ଏବଂ ଅଧିକ ଲାଭ ପାଇପାରିବେ । ଏଭଳି ନିଷ୍ପତ୍ତି ଦ୍ୱାରା ସରକାର ଖାଉଟିଙ୍କ ସ୍ୱାର୍ଥକୁ ମଧ୍ୟ ଦୃଷ୍ଟି ଦେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୋଲକତା ପୋର୍ଟ ଟ୍ରଷ୍ଟର ନାମ ବଦଳାଇ ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଟ୍ରଷ୍ଟ କରାଯାଇଛି ।

Comments are closed.