ଅତ୍ୟଧିକ ଶୋଇବା ଶରୀର ପାଇଁ କ୍ଷତିକାରକ

0

ଭୁବନେଶ୍ୱର: ଅଗଷ୍ଟ ୨୪: ଶରୀରର ସୁସ୍ଥତା ପାଇଁ ଉତ୍ତମ ଖାଦ୍ୟ ଭଳିି ଭଲ ନିଦ ମଧ୍ୟ ଆବଶ୍ୟକ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକଙ୍କ ଶୋଇବା ନିୟମରେ ବ୍ୟତିକ୍ରମ ଘଟେ । ବିଶେଷ କରି ରାତି ସମୟରେ ଲୋକ ସ୍ମାଟ୍‌ ଫୋନ୍‌, କମ୍ପୁ୍ୟଟର ଓ ଅନ୍ୟାନ୍ୟ ବୈଦୁତିକ ସାମଗ୍ରୀ ବ୍ୟବହାର କରି ଶୋଇଥାନ୍ତି । ଏହା ଶରୀର ଉପରେ କୁପ୍ରଭାବ ପକାଏ । ଏହି କୁପ୍ରଭାବ ଯୋଗୁ କିଛି ଲୋକ ଅଧିକ ଶୋଇଥାନ୍ତି । ସାଧାଣତ ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୬ ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । ସେହିପରି ବିଶେଷଜ୍ଞଙ୍କ ମତରେ, ଅଧିକ ଶୋଇବା ଶରୀର ପାଇଁ କ୍ଷତିକାରକ ଅଟେ । ଏହିଥିରୁ ବହୁ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ । ଯେପରିକି-
ମୁଣ୍ଡ ବିନ୍ଧା -ସକାଳୁ ଡ଼େରିରେ ଉଠିଲେ, କିମ୍ବା ୭ ରୁ ୮ ଘଣ୍ଟାର ଅଧିକ ଶୋଇଲେ ମୁଣ୍ଡ ବିନ୍ଧା ହୋଇଥାଏ । ଏହାଛଡ଼ା ଡ଼େରିରେ ଶୋଇକି ଉଠିଲେ, ହଠାତ୍‌ ଭୋକ ଓ ଶୋଷ ଲାଗିଥାଏ । ଏଥିରୁ ମଧ୍ୟ ମୁଣ୍ଡ ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ ।
ପିଠି ଦରଜ ସମସ୍ୟା-ଅଧିକ ସମୟ ଧରି ଶୋଇଲେ ବିଶେଷ କରି ପିଠି ଯନ୍ତ୍ରଣା ସମସ୍ୟା ବୃଦ୍ଧି ପାଏ । କାରଣ ଅଧିକ ସମୟ ଶୋଇଲେ, ମାଂସପେଶୀ ଉପରେ ଅଧିକ ଚାପ ପଡ଼େ । ଏହାଛଡ଼ା ଖରାପ ଗଦି, ଶରୀରକୁ ମୋଡ଼ି ଓ ତେଢ଼ା ହୋଇ ଶୋଇଲେ ମାଂସପେଶୀ ଉପରେ ବିଶେଷ ପ୍ରଭାବ ପଡ଼େ । ଏଥିରୁ ପିଠି ଯନ୍ତ୍ରଣା ହୋଇଥାଏ ।
ଥକାପଣ ଲାଗିବା-ଅଧିକ ଶୋଇଲେ ଆଳସ୍ୟ ବୃଦ୍ଧି ପାଏ । କୌଣସି କାର୍ଯ୍ୟ କରିବାକୁ ମନ ହୁଏନି । ଏପରିକି ଅସମୟରେ ମଧ୍ୟ ନିଦ ଲାଗିଥାଏ । ଫଳରେ ଥକାପଣ ବୃଦ୍ଧି ପାଏ ।
ଅବସାଦ-ଆଜିକାଲି ଅବସାଦ ଏକ ବହୁ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ୩୦ରୁ ୪୦ ବର୍ଷ ବୟସର ଲୋକମାନଙ୍କଠାରେ ବିଶେଷ କରି ଅବସାଦର ପରୀଲକ୍ଷିତ ହୁଏ । ଏହାର ଅନ୍ୟତମ ବଡ଼ କାରଣ ହେଲା ଅଧିକ ନିଦ୍ରା ହୋଇଥାଏ । ଯଦି ଆପଣ ଅବସାଦରେ ପୀଡ଼ିତ ତେବେ ଅଧିକ ନିଦ୍ରା ଆପଣଙ୍କ ଅବସାଦକୁ ବଢ଼ାଇ ଦେବ । ଏଣୁ ସଠିକ୍‌ ପରିମାଣରେ ନିଦ୍ରା ଯିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

Leave A Reply

Your email address will not be published.