ଅଙ୍ଗଦାନ ପାଇଁ ତିନି ଜଣଙ୍କୁ ମରଣୋତ୍ତର ସୁରଜ ସମ୍ମାନ ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ଅଗଷ୍ଟ ୧୪: ଓଡିଶା ସରକାର ଅଙ୍ଗଦାନ ପାଇଁ ତିନି ଜଣଙ୍କୁ ମରଣୋତ୍ତର ସୁରଜ ପୁରସ୍କାର ପ୍ରଦାନ କରିଛନ୍ତି I ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ସ୍ବର୍ଗତ ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱର ର ସୁଚିତ୍ରା ଦାସ ଏବଂ ପୁରୀ ର ରାଜଲକ୍ଷ୍ମୀ ଦାସ ଙ୍କୁ ମରଣୋତ୍ତର ସୁରଜ ସମ୍ମାନ ପ୍ରଦାନ କରାଯାଇଛି I ଅଙ୍ଗଦାତା ଙ୍କ ପରିବାର କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି I
ଭିଡ଼ିଓ କନଫେରେନସିଙ୍ଗ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ତିନିଜଣ ଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୂରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ଗତବର୍ଷ ନଭେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ସୂରଜଙ୍କ ଅଙ୍ଗଦାନ ସକାଶେ ଆଗ୍ରହ ପ୍ରକାଶ କରିଥିଲେ ଏବଂ ସେହି ଅନୁଯାୟୀ ସୂରଜଙ୍କ କିଡନୀ, ଲିଭର, ହାର୍ଟ ଏବଂ ଦୁଇ ଆଖି ଦାନ କରିଥିଲେ, ଯାହାକି ଛଅଟି ଲୋକଙ୍କ ଜୀବନ ବଞ୍ଚାଇପାରିଥିଲା । ତାଙ୍କ ତ୍ୟାଗ ସମସ୍ତଙ୍କୁ ଅଭିଭୂତ କରିଥିଲା । ସେହିଦିନହିଁ ସୂରଜଙ୍କ ସ୍ମୃତିରେ ସୂରଜଙ୍କ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
“ସୁରଜ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଏବଂ ତାଙ୍କ ମୃତ୍ୟୁ ପରେ ମଧ୍ୟ ସୂର୍ଯ୍ୟ ପରି ଉଜ୍ଜ୍ୱଳ | ସେ ଏବଂ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଆଜି ମାନବିକତା ତଥା ସମାଜ ପାଇଁ ସେବା କରିବାର ଜୀବନ୍ତ ଉଦାହରଣ ବୋଲି ନବୀନ ଏହି ଅବସରରେ କହିଛନ୍ତି।

Comments are closed.